( ମନୋଜ କୁମାର ସାହୁ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାଓ ସଂଗଠନ ସକ୍ରିୟ ଦିନକୁ ଦିନ ବଢିବାରେ ଲାଗିଛି । ସଚେତନା ଓ କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ମାଓ କାର୍ଯ୍ୟକଳାପ କମିବାର ନାଁ ନେଉନି । ଏଭଳି ପରିସ୍ଥିତିରେ ବିଶ୍ୱମାନବ ସେବା କାର୍ଯ୍ୟରେ ବାହାରିଛନ୍ତି ଢେଙ୍କାନାଳର ଗଗନ ବିହାରୀ ନାୟକ । ଗଗନ ପ୍ରାୟ ପାଞ୍ଚିଟି ଜିଲ୍ଲାରେ ପଦଯାତ୍ରା କରି ରାୟଗଡା ଜିଲ୍ଲାରେ ପହଞ୍ଚିଛନ୍ତି । ମାଓବାଦୀଙ୍କୁ ହିଂସା ଛାଡି ସମାଜର ମୁଖ୍ୟ କ୍ଷେତ୍ରରେ ସାମିଲ ହେବାକୁ ଆହ୍ୱାନ ଦେଇ ପଦଯାତ୍ରାରେ ବାହାରିଛନ୍ତି । ରାୟଗଡା ଜିଲ୍ଲା ପରେ ମାଲକାନଗିରି ଗସ୍ତ କରି ସଚେତନା କରିବେ ବୋଲି ପ୍ରକାଶ କରିଛନ୍ତି ।