(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ଲାଲବାହିନୀର ବର୍ବର କାଣ୍ଡ । ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ରାୟଗଡା ମୁନିଗୁଡାରେ ଲଙ୍କାକାଣ୍ଡ ଘଟାଇଛନ୍ତି । ଶରଧାପୁରରୁ ଥୁଆପଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ ଜେସିବି ସମେତ ରାସ୍ତାକାମରେ ନିୟୋଜିତ ୩ଟି ଗାଡି ଜାଳିଦେଇଛନ୍ତି। ରାସ୍ତା କାମ ବନ୍ଦ ପାଇଁ ଚେତାବନୀ ଦେଇ ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।