ମା’କୁ କଟୁରୀରେ ହାଣିଲା ପୁଅ

0

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ପଟନପୁର ଗ୍ରାମରେ ନିଜ ଜନ୍ମିତ ମା’କୁ ପୁଅ କଟୁରୀରେ ହାଣି ଥିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଡେଲାଙ୍ଗ ପୋଲିସ ୧୬୨/୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୈକୁଣ୍ଠ ବେହେରା ( ୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୋଲିସ ସୁତ୍ରରୁ ପ୍ରକାଶ ଯେ ବୈକୁଣ୍ଠ ନିଜ ଶଶୁର ଘରକୁ ଯିବା ପାଇଁ ମାକୁ ପଇସା ମାଗିଥିଲା ମା ମଧ୍ୟ ୫ଶହ ଟଙ୍କା ଦେଇଥିଲେ । ସେ ଟଙ୍କା ନେଇ ଶଶୁର ଘରକୁ ଯାଇଥିଲା। ପରେପରେ ବୈକୁଣ୍ଠର ମା ବୈକୁଣ୍ଠର ସ୍ତ୍ରୀକୁ କହିଥିଲେ ଯେ ସବୁ ବେଳେ ସେ ମୋ ଠାରୁ ଟଙ୍କା ମାଗି ତମ ଘରକୁ ଯାଉଛି, ମୁଁ କେଉଁଠୁ ଟଙ୍କା ଆଣିବି। ଏହି କଥା ମା ଠାରୁ ଶୁଣି ବୈକୁଣ୍ଠର ସ୍ତ୍ରୀ ସଙ୍ଗେ ସଙ୍ଗେ ଏ କଥା ଫୋନ ଯୋଗେ ବୈକୁଣ୍ଠକୁ ଜଣାଇଥିଲେ । ବୈକୁଣ୍ଠ ଶଶୁର ଘରକୁ ନ ଯାଇ ଅଧାବାଟରୁ ଫେରି ଆସି ରାଗରେ ମା ସହିତ ଝଗଡା କରିଥିଲେ । ଏହା ସହ ଘରେ ଥୁଆ ହୋଇଥିବା କଟୁରୀରେ ବୈକୁଣ୍ଠ ନିଜର ହିତାହିତ ଜ୍ଞାନ ହରାଇ ମାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଫଳରେ ପ୍ରବଳ ରକ୍ତ ବୋହିବା ସହ ସେ ଗୁରୁତର ହୋଇପଡିଥିଲେ । ପାଖପଡିଶା ଲୋକମାନେ ତାଙ୍କୁ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସହ ଡେଲାଙ୍ଗ ପୋଲିସକୁ ଜଣାଇଥିଲେ ।