(ଅଜିତ ସାହୁ / ଜଳେଶ୍ୱର): ଗୋଟିଏ ମାଛର ଦାମ ୪ ଲକ୍ଷ। ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏହା ସତ। ସୂଚନା ମୁତାବକ ଓଡିଶା ସୀମାକୁ ଲାଗିଥିବା ପଶ୍ଚିମବଙ୍ଗ ଦୀଘା ସୀମାରେ ଗଭୀର ସମୁଦ୍ରରୁ ଏକ ବଡ଼ ମାଛ ଧାରାଯାଇଛି । ତେବେ ଏହି ମାଛର ଓଜନ ପ୍ରାୟ ୨୭ କିଲୋଗ୍ରାମ ହେବ । ଏହି ମାଛର ନାମ ତେଲିଆ ମାଛ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ନାମ ଭେକ୍ଟି ମାଛ ନାମରେ ଜଣାଯାଏ । ତେବେ ଏହି ମାଛର ଚର୍ବି, କଣ୍ଟା ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ । ତେଣୁ ଏକ ଫାର୍ମାସିଟିକାଲ କମ୍ପାନୀ ଦୀଘା ସ୍ଥିତ ମାଛ ନିଲାମ କେନ୍ଦ୍ରରୁ ମାଛଟିକୁ ୪ ଲକ୍ଷ ଟଙ୍କାରେ କିଣିଥିବା ସୂଚନା ମିଳିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।