ମାଛ ଧରୁଥିବାବେଳେ ଝାମ୍ପିନେଲା କୁମ୍ଭୀର ଆଉ ତାପରେ

0

ଚାନ୍ଦବାଲି- ଭଦ୍ରକ ଜିଲ୍ଲା ପିରାହଟ ଥାନା ଅଧିନସ୍ଥ ଶ୍ୟାମସୁନ୍ଦର ଗାଁର ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ୍ ଏକ କୁମ୍ଭୀର ଝାମ୍ପ ମାରିଥିଲା । ଗଗନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀରଟି ଆକ୍ରମଣ କରିଥିଲା । ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । ସେ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପରିବାର ଲୋକ କହିଛନ୍ତି। ଅନ୍ୟପଟେ ଗାଁ ଲୋକ କୁମ୍ଭୀରକୁ ବାନ୍ଧି ଗାଁ ପାଖ ପୋଖରୀରେ ରଖି ବନଖଣ୍ଡ ବିଭାଗକୁ ଖବର ଦେଇଥିବା ଜଣାପଡିଛି।