ମାଣ୍ଡିଆ ମଣ୍ଡି ସଚେତନ ରଥ ଶୁଭାରମ୍ଭ କଲେ ବିଧାୟକ

0

(ଟୁକୁନା ଖରା / ନବରଙ୍ଗପୁର): ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ଖାଦ୍ୟଶସ୍ୟର ଉଚିତ ମୂଲ୍ୟ।ମାଣ୍ଡିଆ ବିକ୍ରୀ କରିବାକୁ ହଟହଟା ହେବେନି ଚାଷୀ।କାରଣ ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ସଚେତନ ରଥ।୩୨୯୫ ଟଙ୍କା ପ୍ରତି କ୍ୟୁଇଣ୍ଟାଇଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ମାଣ୍ଡିଆ କ୍ରୟ କରିବେ ରାଜ୍ୟ ସରକାର।ଆଜି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳଗୁମା ସମବାୟ ସମିତିକୁ ଯାଇ ମିଲେଟ ମିଶନ କାର୍ୟ୍ୟକ୍ରମ ଜରିଆରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡିର ସଚେତନ ରଥକୁ ଶୁଭାରମ୍ଭ କରିଛନ୍ତି।ଏଥର ଉଚିତ ମୂଲ୍ୟରେ ମାଣ୍ଡିଆ ବିକ୍ରୀ କରିପାରିବେ ଚାଷୀ।ପୂର୍ବରୁ ହାଟ ବଜାର କିମ୍ବା ଦଲାଲ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ କଷ୍ଟ ଉପାର୍ଜିତ ମାଣ୍ଡିଆ ଖୁବ କମ ଦରରେ ବିକ୍ରି ହେଉଥିଲା।ଏବେ କିନ୍ତୁ ମାଣ୍ଡିଆ ବିକ୍ରୀ କରିବା ସୁବିଧା ପାଇ ପାଇପାରିବେ ଚାଷୀ ବୋଲି ବିଧାୟକ କହିଥିଲେ।ପ୍ରତି କିସମର (ଏଫ, ଏ, କ୍ୟୁ)ର ମାନ ୩୨୯୫ ଟଙ୍କା ଧାର୍ୟ୍ୟ କରାଯାଇଛି।ଆଉ ଚାଷୀ ନାମ ପଞ୍ଜିକରଣ ୩୧ ଡିସେମ୍ବର ସୁଦ୍ଧା କରିପାରିବେ ବୋଲି ଜିଲ୍ଲା ବଜାର କମିଟି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ କହିଛନ୍ତି।ଆଉ ସାରା ଜିଲ୍ଲାରେ ନିର୍ଧାରିତ ସୂଚୀ ଅନୁଯାୟୀ ଭିନ୍ନ ଭିନ୍ନ ୧୩ଟି ସ୍ଥାନରେ ମଣ୍ଡି ଆୟୋଜନ କରି ୧୫ ହଜାର କୁଇଣ୍ଟାଇଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ।ଜିଲ୍ଲାରେ ମାଣ୍ଡିଆର ଅଭାବୀ ବିକ୍ରି ଥିବାରୁ ଚାଷୀ ମାଣ୍ଡିଆ ଚାଷକୁ ମୁହଁ ଫେରାଇ ନେଇଥିଲେ।ଏବେ କିନ୍ତୁ ମାଣ୍ଡିଆ ମଣ୍ଡି ଆରମ୍ଭ ହେବାକୁ ନେଇ ଚାଷୀମାନେ କିଛି ଲାଭବାନ ହେବେ ବୋଲି ଆଶା ରଖିଛନ୍ତି।