(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ପିପିଲି ବ୍ଲକ ସଂପୁର ପଞ୍ଚାୟତର ରାଜତେଇ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଦ୍ୱିତୀୟ ବାର୍ଷିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସଭାପତି ଗତିଶ୍ୱର ମହାପାତ୍ର ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷା ହରପ୍ରିୟା ଖଟୋଇ ଓ ମୂଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ସୁକାନ୍ତ କୁମାର ଜେନା ପ୍ରଭୁତି ଯୋଗଦେଇଥିଲେ। ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନି କୁନି ପିଲାମାନଙ୍କର ଶିକ୍ଷାଦାନ ଉପରେ (ମାତୃ) ମା ମାନଙ୍କ କିପରି ଭୂମିକା କାର୍ୟ୍ୟ କରିବା ଦରକାର ସେଥିପାଇଁ ମାଆ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆଲୋକପାତ କରାଯାଇଥିଲା। ଏହି କାର୍ୟ୍ୟକ୍ରମର ସ୍କୁଲର ଛାତ୍ରଛାତ୍ରୀ , ଅଭିଭାବକ , କମିଟିର ସଭ୍ୟ/ ସଭ୍ୟାମାନେ ଯୋଗଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ଅଞ୍ଚଳରେ ସ୍ଵାଗତ କରାଯାଇଥିଲା। ସର୍ବଶେଷରେ ସଂପାଦକ ଗୌରହରୀ ମହାପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।