(କାହ୍ନୁଚରଣ ସାହୁ / କଳାହାଣ୍ଡି): ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ମହୁଳପଟଣା ଚାରି ନମ୍ବର ଘାଟି ରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ରାୟଗଡା ଜିଲ୍ଲାର ଜଣେ ଗୋରୁ ବେପାରୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ କରି ଦୁବୃର୍ତ୍ତ ଫେରାର । ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଉପଖଣ୍ଡିୟ ପୋଲିସ ଅଧିକାରୀ ନାରାୟଣ ନାଏକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ଆଜି ଜୟପାଟଣା ସାପ୍ତାହିକ ବଜାର ଥିଲା। ଗୋରୁ କିଣିବା ପାଇଁ ରାୟଗଡା ଜିଲ୍ଲା ଦରାଗୁଡ଼ା ଥାନା ଅନ୍ତର୍ଗତ ଡି.କରଲା ଗାଁର ଚାରି ଗୋରୁ ବ୍ୟବସାୟୀ ଗୋବିନ୍ଦଚନ୍ଦ୍ର ନାଏକ, ଲବ ନାଏକ, ଭର୍ତ୍ତ ନାଏକ ଓ ସନାରୀ ନାଏକ ଓଆର ୧୮ଏ ୮୮୨୬ ନମ୍ବର ବୋଲେରୋ ଗାଡି ଯୋଗେ ବଜାର କରିବା ପାଇଁ ଆସୁଥିଲେ ମହୁଳପଟଣା ଘଟି ରାସ୍ତା ଦେଇ ଓଳାଉ ଥିବା ବେଳେ ଚାରି ନମ୍ବର ଘାଟିରେ ଛପି ଥିବା ଆଠ ଜଣ ଲୁଟେରା ସେମାନଙ୍କ ଗାଡି ଅଟକାଇ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ମାରପିଟ କରି ଟଙ୍କା ମାଗିଥିଲେ। ପରେ ଜବରଦସ୍ତି ଗାଡି ଭିତରୁ ଡିକି ଫାଡ଼ି ୫ଲକ୍ଷ ଟଙ୍କା ଓ ଅନ୍ୟ ଦୁଇ ଜଣଙ୍କ ଠାରୁ ୨୨ ହଜାର ଟଙ୍କା ଏଭଲି କି ସମୁଦାୟ ୫ଲକ୍ଷ ୨୨ ହଜାର ଟଙ୍କା ଲୁଟି କି ଫେରାର ମାରିଥିଲେ। ଏଭଳିକି ବୋଲେରୋ ଗାଡିର ଚାବି ମଧ୍ୟ କାଢି ନେଇଥିବା ବେଳେ ସେମାନେ ଏକ ମୋଟର ସାଇକେଲ ବାଇକ ଚାବି ବ୍ୟବହାର କରି ଗାଡିକୁ ତଳକୁ ଆଣିଥିଲେ। ପରେ ଜୟପାଟଣା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଜୟପାଟଣା ପୋଲିସ ଥାନା ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ ରଶ୍ମିତା ପ୍ରଧାନ, ଏସଆଇ ଲିଙ୍ଗରାଜ ସେଠି ତଦନ୍ତ କରୁଥିବା ଜଣାଯାଇଛି ।