ମାରୁତିର ପୂର୍ବତନ ଏମଡ଼ି ଜଗଦୀଶ ଖଟ୍ଟରଙ୍କ ନାଁରେ ସିବିଆଇ ମାମଲା

0

(ଅନୁସ୍ୱୟା)ଭୁବନେଶ୍ୱର: ମାରୁତି ଉଦ୍ୟୋଗର ପୂର୍ବତନ ଏମଡି ଜଗଦୀଶ ଖଟ୍ଟରଙ୍କ ନାଁରେ ସିବିଆଇ ମାମଲା । ୧୧୦ ବ୍ୟାଙ୍କ ଋଣ ଦୁର୍ନୀତିରେ ତାଙ୍କର ସଂପୃକ୍ତି ଥିବାରୁ ସିବିଆଇ ମାମଲା ରୁଜୁ କରିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ରୁଜୁ ହୋଇଥିବା ଏଫଆଇଆରରେ ଖଟ୍ଟର ଓ ତାଙ୍କ କମ୍ପାନୀ କାରନେସନ ଅଟୋ ଇଣ୍ଡିଆ ଲିଃର ନାଁ ରହିଛି। ଖଟ୍ଟର ୧୯୯୩ରୁ ୨୦୦୭ ଯାଏ ମାରୁତି ଉଦ୍ୟୋଗର ଏମଡି ଭାବେ କାର୍ୟ୍ୟ କରୁଥିଲେ।
ମାରୁତି ଉଦ୍ୟୋଗରୁ ଅବସର ନେବା ପରେ ଖଟ୍ଟର କାରନେସର ଖୋଲିଥିଲେ ଓ ୨୦୦୯ରେ ୧୭୦ କୋଟି ଟଙ୍କା ଋଣ ଆଣିଥିଲେ। ୨୦୧୫ରେ ଏହି ଋଣକୁ ନନ-ପରଫରମିଂ ଆସେସଟ ଭାବେ ଘୋଷଣା କରାଯାଇଥିଲା। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଅଭିଯୋଗକ୍ରମେ ସିବିଆଇ ମାମଲା ରୁଜୁ କରିଛି।