ମାଲ୍ୟାଙ୍କ ସମ୍ପତ୍ତି ସଂଯୋଗ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

0

(ଶିଳାସ୍ମିିତା ରାୟ) ଭୁବନେଶ୍ୱର: ଅର୍ଥନୈତିକ ପଳାତକ ଘୋଷିତ ହୋଇଥିବା ମଦ ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କ ସମ୍ପତ୍ତିକୁ ଫେରା ଆଇନ ଅନୁସାରେ ଏପ୍ରିଲ ୧୦ ତାରିଖରେ ସିଜ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାଲ୍ୟାଙ୍କ ଉପରେ ପତ୍ତର୍୍ୀ ଶୁଣାଣି ପାଇଁ ଜୁଲାଇ ୧୦ ତାରିଖ ଧାର୍ଯ୍ୟ କରାଯାଇଛି । ତେଣୁ ୧୦ ତାରିଖ ପୂର୍ବରୁ ବେଙ୍ଗୁଲର ସମସ୍ତ ସମ୍ପତ୍ତି ସଂଯୋଗ କରିବାକୁ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ ସେରାୱାଡ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ବ୍ୟାଙ୍କ ଠକେଇ ମାମଲାରେ ୪ ବର୍ଷ ହେବ କୋର୍ଟର ସମନକୁ ଅଣଦେଖା କରିଆସୁଥିଲେ ମାଲ୍ୟା । ତେଣୁ ଗତବର୍ଷ ମେ ୮ରେ ମାଲ୍ୟାଙ୍କ ମାମଲାରେ ପ୍ରପର୍ଟି ଆଟାଚ କରି ରିପୋର୍ଟ ଦେବାକୁ ବେଙ୍ଗାଲୁର ପୋଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପୂର୍ବରୁ ମାଲ୍ୟାଙ୍କ ବିରୋଧରେ ୧୨ ଏପ୍ରିଲ ୨୦୧୭ରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା ।