ମା’ ଯାହାର ମମତାରେ ଟିକିଏବି ଛଳନା ନାହିଁ ।

0

ମା’ .. ଏ ଶବ୍ଦରେ ଲୁଚି ରହିଛି ଅନେକ ସତ । ସେ କେତେ ବେଳେ ଅତି ନିରିହ ତ କେତେ ବେଳେ ଭାରି କଠୋର । ମା’ କୁ ବୁଝିବା ଆଉ ବୁଝେଇବା ଏତେ ସହଜ ନୁହେଁ କି କଷ୍ଟ ବି ନୁହେଁ । ମା’ ତା ପିଲା  ପାଇଁ କିଛି ବି କରିପାରେ । ପୁଣି ଜଦି ପିଲା ଦୁଷ୍ଟ ହୁଏ ତ ତା  କାନ ମୋଡି ଚାପୁଡା ବି ମାରେ । ତା ସେହି ମାଡରେ ବି ଥାଏ ସ୍ନେହ । ନିଜେ ସବୁ କଷ୍ଟ ସହିଯାଏ, ହେଲେ ତା ପିଲାର ଗୋଡରେ କେବେ କଣ୍ଟା ପଶିବାକୁ ଦିଏନା ।

ଇଏ ହେଉଛି ସେହି ମା’ ଯାହାର ମମତାରେ ଟିକିଏବି ଛଳନା ନାହିଁ । ମା’ ଟିଏ ତା ଛୁଆକୁ ସାଇକେଲରେ ବସାଇ ନେଉଛି । ପୁଣି ତା ଛୁଆକୁ କାଳେ କଷ୍ଟ ହେବ ବୋଲି ସାଇକେଲ କାରିଅର ପଛରେ ବାନ୍ଧି ଦେଇଛି ଛୋଟିଆ ଚେୟାର । ଯହାଫଳରେ ତାର ଏହି କୁନି ପିଲାଟି ଆରାମରେ ବସି ପାରିବ । ଏଥିରୁ ମା’ର ମମତା ସ୍ପଷ୍ଟ ବାରି ହୋଇଯାଉଛି  । ସିଏ ତା ଜୀବନରେ ଯେତେ କଷ୍ଟ ପାଉ ନା କାହିଁକି ହେଲେ ତା ପିଲାକୁ କେବେ ବି କଷ୍ଟ ନ ହେଉ ।