ମିଛୁଆ ପ୍ରେମିକର ପଦାରେ ପଡିଲା ସତ ! ପ୍ରତ୍ୟାକ୍ଷାନ କଲେ ପ୍ରେମିକା

0

(ରିପୋଟର୍ସ ଟୁଡେ) ; ମିଛ ପ୍ରତିଶୃତି ଦେଇ ପ୍ରେମିକାଙ୍କୁ ପ୍ରତାରଣା କରିଥିବା କିଛି ନୂଆ କଥା ନୁହେଁ , କିନ୍ତୁ ଜଣେ ମିଛୁଆ ପ୍ରେମିକ ସାଜି ପ୍ରେମ ଭିକ୍ଷା କରୁଥିବା ଘଟଣା ହୁଏତ ବହୁତ କମ । ନିଜକୁ ଏକ ଅବିବାହିତ ପୁରୁଷ ଓ ଉଚ୍ଚଜାତିର ଦର୍ଶାଇ ନିଜ ପ୍ରେମ ଜାଲରେ ଫସାଇ ଥିଲେ ଜଣେ ଯୁବତୀଙ୍କୁ । ବେଶ କିଛି ଦିନ ହେବ ଚାଲିଥିଲା ଦୁହିଁଙ୍କର ପ୍ରେମ ସମ୍ପର୍କ । କିନ୍ତୁ କଥାରେ ଅଛି (ସତ କେବେ ଲୁଚି ରହେନା) , ଆଉ ଏମିତି କିଛି ଘଟିଲା ମିଛୁଆ ପ୍ରେମିକଙ୍କ କ୍ଷେତ୍ରରେ । ମିଛୁଆ ପ୍ରେମିକର ସବୁ ସତ ପଦାକୁ ବାହାରି ଆସିବା ପରେ ଏମିତିକିଛି ଜବାବ ରଖିଥିଲେ ପ୍ରେମିକ ଆଗରେ କି (ତୁମେ ବାପା ହୋଇ ସାରିଛ ମୁ ତୁମକୁ ବାହା ହେବନି) ।
ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଏମିତି ଦୁଇ ବର୍ଷ ତଳେ ପାଟଣାଗଡ ଥାନା ବରପିଟା ଗାଁର ପ୍ରକାଶ ବେହେରା ଫୋନ ଡାଏଲ କରିଥିଲେ । ହେଲେ ଫୋନଟି ରଙ୍ଗ ନମ୍ବରରେ ଲାଗିଯାଇଥିଲା ।ଫୋନ ଉଠାଇଥିଲେ ଜଣେ ଯୁବତୀ । ପ୍ରକାଶଙ୍କ କଲ ବେଲପଡା ଥାନା ଅଞ୍ଚଳରେ ଲାଗିଥିଲା । ତେବେ ଯୁବତୀ ଜଣକ ଫୋନ ରିସିଭ କରିବା ଶିଣି ପ୍ରକାଶ ଭୁଲିଯାଇଥିଲେ କି ସେ ଜଣେ ବିବାହିତ ଆଉ ଜଣେ ବାପା ବୋଲି ସେ ସେହି ଯୁବତିଙ୍କୁ ନିଜର ପ୍ରକୃତ ପରିଚୟ ଲୁଚାଇ କହିଥିଲେ ସେ ଜଣେ ଅବିବାହିତ ଓ ଉଚ୍ଚଜାତିର ବୋଲି ପରିଚୟ ଦେଇଥିଲେ । ଏବଂ ଧିରେ ଧିରେ ଉଭୟଙ୍କ ଭିତରେ ଗଢିଉଠିଥିଲା ପ୍ରେମସଂପର୍କ । ଏବଂ ନିରୋଳାରେ ଦେଖାହେଉଥିଲେ ମଧ୍ୟ । କିନ୍ତୁ ଗତ କିଛି ଦିନ ହେଲା ପ୍ରକାଶ ବେହେରାଙ୍କ ମିଛ ଧରା ପଡି ଯାଇଥିଲା। ସେ ବିବାହିତ ଓ ତା’ର ପିଲା ଛୁଆ ଥିବା ଜାଣିପାରିଥିଲେ ପ୍ରେମିକା। ପ୍ରେମିକର ସବୁ ସତ ଜାଣିବା ପରେ ପ୍ରେମିକା କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ମିଛ କହି ପ୍ରେମ କରୁଥିବା ପ୍ରକାଶ ସହିତ ଆଉ ଯୋଗାଯୋଗ ରଖିଲେ ନାହିଁ ପ୍ରେମିକା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପ୍ରକାଶ। ଗତ ଶନିବାର ରାତିରେ ପ୍ରକାଶ, ପ୍ରେମିକା ଶୋଇଥିବା ଘରକୁ ଧସେଇ ପଶିଥିଲା। ତା’ପରେ ପ୍ରେମିକା ମୁହଁ ଓ ବେକରେ ବାରମ୍ୱାର ଛୁରାମାଡ଼ କରି ଫେରାର ହୋଇଯାଇଥିଲା ପ୍ରକାଶ।
ପରିବାର ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ବେଲପଡା ଥାନା ପୁଲିସ ପ୍ରେମିକ ପ୍ରକାଶ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପାଗଳ ଜେଲକୁ ପଠାଇ ଦିଆଯାଇଛି।