ମିଳିଲା ସୁରାକ, ଖୁବ ଶୀଘ୍ର ଗିରଫ ହେବ ଷ୍ଟୋନ ମ୍ୟାନ

0

(ଅନୁସ୍ୱୟା)ଭୁବନେଶ୍ୱର: ଗତକିଛି ଦିନ ହେବ କଟକରେ ଷ୍ଟୋନମ୍ୟାନ ଆତଙ୍କକୁ ନେଇ କୋକୁଆ ଭୟ ଖେଳି ଯାଇଥିଲା। ତେବେ ଏହି ମାମଲାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଷ୍ଟୋନମ୍ୟାନର ସୁରାଖ ପୋଲିସକୁ ମିଳିଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ବି ଗିରଫ କରାଯିବ ବୋଲି ସୂଚନା ମିଳିଛି।
ଏହି ଷ୍ଟୋନମ୍ୟାନ ୨୪ ଘଣ୍ଟାରେ ମଧ୍ୟରେ ତିନି ତିନି ଜଣଙ୍କ ଜୀବନ ନେଇଥିବା ଖବର ମିଳିଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ତିନୋଟି ଯାକ ହତ୍ୟାକାଣ୍ଡ ଗୋଟିଏ ପ୍ରକାର ହୋଇଥିବା ସୂଚନା ମିଳିଛି। ଅର୍ଥାତ ସମସ୍ତଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଆଉ ଏହି ସବୁ ହତ୍ୟାକାଣ୍ଡରେ ଷ୍ଟୋନମ୍ୟାନର ସଂପୃକ୍ତି ଥିବା ପୁଲିସ୍ ସନ୍ଦେହ କରିଥିଲା। ଏହାକୁ ନେଇ କଟକ କମିସନରେଟ୍ ପୁଲିସ ପକ୍ଷରୁ ଜଣେ ଆଡିସନାଲ ଏସପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ୩ଟି ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ କରାଯାଇଥିଲା। ଏହି ଟିମ୍ ହତ୍ୟାକାଣ୍ଡ ଘଟିଥିବା ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।