ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ନିରାଶ ହୋଇ ଫେରିଲେ ଦିବ୍ୟାଙ୍ଗ

0

( ଜୟନ୍ତ କୁମାର ସେଠୀ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ନିରାଶ ହୋଇ ଫେରିଲେ ଦିବ୍ୟାଙ୍ଗ । ପୋଲିସ ନିଜ ଚାକିରୀ ବଂଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରାଇ ଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ପ୍ରତାପ ସାହୁ । ପ୍ରତାପ ସାହୁ ୯୦ ପ୍ରତିଶତ ଭିନ୍ନକ୍ଷମ ଥିବା ବେଳେ ଯୁକ୍ତ ୩ ପାସ କରି ଚାକିରୀ ଅ।ଶାରେ ସମସ୍ତଙ୍କ ପାଖରେ ନିରାଶ ହେବା ପରେ ଅ।ଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ମାତ୍ର ପୋଲିସ ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ପରିଦର୍ଶନ ର କିଛି ସମୟ ପୂର୍ଵରୁ ଦିବ୍ୟାଙ୍ଗ ପ୍ରତାପ ଙ୍କୁ ସେହି ସ୍ଥାନ ଛାଡିବ।କୁ ବାଧ୍ୟ କରିଥିଲା, ବାଧ୍ୟ ହୋଇ ଦିବ୍ୟାଙ୍ଗ ପ୍ରତାପ ସାହୁ ଅପେକ୍ଷାରତ ସ୍ଥାନରୁ ନିରାଶ ହୋଇ ଫେରିବାର ଦେଖିବାକୁ ମିଳିଥିଲା। ସେପଟେ ପୋଲିସ ନିଜ ଚାକିରୀ ବଂଚାଇବାକୁ ଯାଇ ମୋତେ ନିରାଶ କରିଛି ବୋଲି ପ୍ରତାପ କହିଛନ୍ତି । କୈାଣସି ସୁବିଧା ନ ମିଳିଲେ ବାଧ୍ୟ ହୋଇ ମନ୍ଦିର ସମ୍ମୁଖରେ ପ୍ରତାପ ଭିକ୍ଷାବୃତ୍ତି କରିବ ବୋଲି ପ୍ରତାପର ସଂପର୍କୀୟ କହିଛନ୍ତି ।