(ଭୁବନେଶ୍ୱର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଏକ ଜାତୀୟ ଗଣମାଧ୍ୟମ ଅଭିହିତ କରିବା ପରେ ତାଙ୍କ ଦଳ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ଜାରି ରହିଛି । ଗତ ଶନିବାର ବିଜେଡିର ବରିଷ୍ଠ ନେତା, ଯୁବ ଓ ଛାତ୍ର ୱିଙ୍ଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ମହିଳା ବିଜେଡି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ନବୀନ ନିବାସ ଠାରେ ପହଞ୍ଚିଥିଲା । ସେଠାରେ ଦଳର ଅଧିକାଂଶ ବିଧାୟିକା, ନେତ୍ରୀ ଓ ମହିଳା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପ୍ରମିଳା ମଲ୍ଲିକ, ଲତିକା ପ୍ରଧାନ, ଶର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ମିନାକ୍ଷୀ ମହନ୍ତ, ସୁନନ୍ଦା ଦାସ, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ସୀମା ନାୟକ, ସୁମିତ୍ରା ଜେନା ପ୍ରମୁୁଖ ନେତ୍ରୀଙ୍କ ସମେତ ଦଳର ଶତାଧିକ ମହିଳା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ସୁସ୍ଥ ଜୀବନର କାମନା କରିଛନ୍ତି ।