ମୁମ୍ବାଇ: କାରଖାନାରେ ଅଗ୍ନିକାଣ୍ଡ,୨ମୃତ

0

(ମମତା ସାମଲ)ରିପୋର୍ଟସଟୁଡେ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତକାଲି ରାତିରେ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି ।
ଘାଟକୋପର ଅଞ୍ଚଳରେ ଥିବା ଏକ କାରଖାନାରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଦମକଳ ବାହିନୀର କର୍ମୀମାନେ ୧୫ଟି ଗାଡ଼ି ନେଇ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେମାନେ ନିଆଁଲିଭା କାର୍ୟ୍ୟକୁ ବହୁ ସମୟ ଧରି ପରିଚାଳନା କରିବା ପରେ ଏହା ନିୟନ୍ତ୍ରଣକୁ ଆସିଥିଲା । ଅଗ୍ନିକାଣ୍ଡ ସମୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ନିଖୋଜ ଥିବା ନେଇ ସ୍ଥାନୀୟ ଲୋକେ କହିଥିଲେ । ଶନିବାର ଉଭୟ ନିଖୋଜ ୨ ପୁରୁଷ ଓ ମହିଳାଙ୍କ ମୃତଦେହ ମିଳିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କାରଖାନାରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇପାରି ନାହିଁ ।