ମୁର୍ମୂଷୁ ଅବସ୍ଥାରେ ଯୁବକ ଉଦ୍ଧାର

0

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ଥାନୀୟ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସଦର ଷ୍ଟାଡିୟମ ପାଖରୁ ମୁର୍ମୂଷୁ ଅବସ୍ଥାରେ ଯୁବକ ଉଦ୍ଧାର ହୋଇଛନ୍ତି । କେତେକ ଦୁର୍ବୃତ୍ତଙ୍କ ଆକ୍ରମଣ ପରେ ବ୍ୟକ୍ତି ଜଣଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଏନେଇ ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତ ପରେ ଏହା ଗୋଷ୍ଠୀ କନ୍ଦଳ କିମ୍ବା ଅନ୍ୟ କିଛି ବୋଲି ଜଣାପଡିବ ।