ମୁହାଁ ମୁହିଁ ହୋଇପାରନ୍ତି ପ୍ରିୟଙ୍କା – ମୋଦି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବୁଡିଯାଉଥିବା କଂଗ୍ରେସକୁ କୂଳ ଲଗାଇବା ଲକ୍ଷ୍ୟରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ କରିବା ସହ ଉତ୍ତର ପ୍ରଦେଶ ପୂର୍ବାଞ୍ଚଳର ଦାୟିତ୍ୱ ଦେଇଛନ୍ତି । ଏହା ପରେ ପ୍ରିୟଙ୍କା ହୁଏତ ରାଇବରେଲିରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଟୁଇଟର ଯୋଗେ କହିଛନ୍ତି ‘ମୋଦୀଜୀ ଓ ଅମିତ ଶାହ କଂଗ୍ରେସ ମୁକ୍ତ ଭାରତ ବର୍ଷର ଆହ୍ଵାନ ଦେଇଥିଲେ। ପ୍ରିୟଙ୍କା ଗାନ୍ଧୀ ଏବେ ଉତ୍ତର ପ୍ରଦେଶ (ପୂର୍ବାଞ୍ଚଳ)ର ରାଜନୀତିରେ ଆସିବା ପରେ ମୋଦି ମୁକ୍ତ ବାରାଣସି ଦେଖିବୁ ।
କପିଲଙ୍କ ଟୁଇଟରୁ ଅନୁମେୟ, ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ବାରାଣାସୀରୁ ଲଢିବାର ଦେଖିବାକୁ ମିଳିବ। ଅନ୍ୟ ଏକ ଚର୍ଚ୍ଚା ମଧ୍ୟ ଜୋର ଧରିଛି ଯେ ପ୍ରିୟଙ୍କା ଉଭୟ ବାରଣାସୀ ଓ ଗୋରଖପୁରରୁ ପ୍ରାର୍ଥୀ ହୋଇପାରନ୍ତି।