(ରଜନୀକାନ୍ତ ପାତ୍ର / ଗଞ୍ଜାମ): ରାଣୀ ସାହେବା ତଥା କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ୮୩ତମ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ସଭା ଗୃହରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବର୍ତମାନର କବିସୂର୍ୟ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ସଂଯୋଜନାରେ ଏହି ରକ୍ତଦାନ ଶିବିରରେ ବହୁ ମହିଳାଙ୍କ ସମେତ ମୋଟ ୨୬୮ ଜଣ ସ୍ବେଛାକୃତ ରକ୍ତଦାନ କରିଥିଲେ ଜ୍ଝପରେ ବିଜେଡ଼ି ତରଫରୁ ଆୟୋଜିତ ଆନୁଷ୍ଠାନିକ ମିଶ୍ରଣ ପର୍ବରେ ଆସ୍କା ମାନ୍ୟବର ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇଙ୍କ ଉପସ୍ଥିତିରେ କୁମ୍ଭାରଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଶାନ୍ତ ତାରିଣୀଙ୍କ ପୁତ୍ର ସତୀଶ ରଞ୍ଜନ ତାରିଣୀ, ପୂର୍ବତନ ସମିତି ସଭ୍ୟ ସତ୍ୟବାନ ଜେନା ଓ ତାଙ୍କର ଶତାଧିକ କର୍ମୀ ବିଜେଡ଼ି ରେ ଯୋଗ ଦେଇଥିଲେ । ସେହିପରି ତାଳସର ପଞ୍ଚାୟତର ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗଦେଇ ସମସ୍ତ କର୍ମୀ ନିଜେ ନିଜର ଘର ବାହୁଡା଼ ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି କାର୍ୟ୍ୟକ୍ରମରେ ବିଜେଡ଼ି ରାଜ୍ୟ ସମ୍ପାଦକ ତଥା ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମଣ ଚୌଧୁରୀ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, କୈଳାସ ରଣା, ବେଗୁନିଆପଡା ବ୍ଲକ ବିଜେଡ଼ି ସଭାପତି ବିଜୟ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ, ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ତ୍ରିନାଥ ଭୂୟାଁ, ମହେଶ୍ୱର ଭୂୟାଁ, ଦେବରାଜ ସାହୁ, ସନ୍ତୋଷିନୀ ସାହୁ, ବିଜୟ କୁମାର ନାୟକ, ମହେନ୍ଦ୍ର ଗୌଡ଼, ସନ୍ତୋଷ ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ମାନ୍ୟଗଣ ବ୍ୟକ୍ତି ବିଶେଷ ଓ ଶତାଧିକ କର୍ମୀ ଉପସ୍ଥିତି ଥିଲେ ଜ୍ଝ ରେଡ କ୍ରଶ ତରଫରୁ ଦେବାଶିଷ ପଣ୍ଡା, ସୁଶାନ୍ତ ପାଣିଗ୍ରାହୀ, ପଞ୍ଚାନନ ସେଠି, ଚନ୍ଦ୍ରଶେଖର ଗୌଡ଼, ଲକ୍ଷ୍ମଣ ବେହେରା, ଡମ୍ବରୁ କାର୍ଜି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।