କୋଲକାତା: କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ମହିଳା ଡାକ୍ତରଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କ ସହ କରାଯାଇଥିଲା ଯୌନ ଉତ୍ପୀଡନ । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର କୋଲକାତାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।
ପୋଲିସ ତଦନ୍ତରୁ ଜଣାପଡିଛି କି, ହତ୍ୟା ପୂର୍ବରୁ ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ ହୋଇଥିଲା । ସୂଚନା ମୁତାବକ, ଦ୍ୱିତୀୟ ବର୍ଷର ସ୍ନାକୋତ୍ତର ମେଡିକାଲ ଛାତ୍ରୀ ଗୁରୁବାର ରାତିରେ ରାତ୍ରୀ ଭୋଜନ କରି କର୍ତ୍ତୃପକ୍ଷଙ୍କ ଅନୁମତିରେ ଉପରେ ହସ୍ପିଟାଲ ବିଲ୍ଡି ଉପରେ ଥିବା ସେମିନାର ହଲକୁ ଯାଇ ସେଠାରେ ପଢିବାକୁ ଚାଲିଯାଇଥିଲେ । କିନ୍ତୁ ତା ପରଦିନ ତାଙ୍କୁ ବେହୋଶ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସ କମିଶନର କହିଛନ୍ତି କି ପ୍ରାଥମିକ ତଦନ୍ତରୁ ଜଣାପଡୁଛି କି, ମୃତଦେହର ସମ୍ବେଦନଶୀଳ ଅଙ୍ଗରେ କ୍ଷତ ଚିହ୍ନ ରହିଛି । କେହି ମାରିବା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ କରିଥାଇ ପାରେ । ତେବେ ଡାକ୍ତରଙ୍କ ଶବବ୍ୟବଚ୍ଛେଦ କରାଯାଇଛି । ସେହି ସମୟରେ ତାଙ୍କ ପରିବାର ବର୍ଗ ସେଠାରେ ଉପସ୍ଥିତ ଥିବା ଜଣାପଡିଛି