(ଅନୁସ୍ୱୟା) ଆମେ ପ୍ରାୟତଃ ସକାଳ ଜଳଖିଆରେ ପରଠା ଖାଇଥାଉ । କିନ୍ତୁ ଖୁବ କମ ଲୋକ ମେଥି ପରଟା ଖାଇଥିବେ । ମେଥି ସମସ୍ତଙ୍କ ପାଇଁ ଅମୃତ ସଦୃଶ ହୋଇଥାଏ । ଯଦି ମେଥିରେ ପ୍ରସ୍ତୁତ ପରଠା ଖାଆନ୍ତି ତେବେ ସ୍ୱାସ୍ଥ୍ୟ ପାଇଁ ଭଲ । ତେବେ ଆସନ୍ତୁ ମେଥି ପରଠା କିପରି ପ୍ରସ୍ତୁତ କରିବା ।
ଆବଶ୍ୟକୀୟ ସାମଗ୍ରୀ:
ଗହମ ଅଟା- ୨୦୦ ଗ୍ରାମ
ମୈଦା-୨୦୦ ଗ୍ରାମ
ତେଲ -୨୦ ମିଳି
ଲୁଣ – ସ୍ୱାଦ ଅନୁସାରେ
ରସୁଣ ପେଷ୍ଟ- ଗୋଟେ ଚାମଚ
ଲଙ୍କା ଗୁଣ୍ଡ- ଅଧା ଚାମଚ
ଜିରା ଗୁଣ୍ଡ – ଅଧା ଚାମଚ
ମେଥି – ୧୫୦ ଗ୍ରାମ
ବଟର- ଅଳ୍ପ କିଛି
ପ୍ରସ୍ତୁତି ପ୍ରଣାଳୀ: ସର୍ବ ପ୍ରଥମେ ଏକ ପାତ୍ରରେ ପୂର୍ବରୁ ରଖାଯାଇଥିବା ଅଟା, ମଇଦା, ତେଲ, ଲୁଣ, ରସୁଣ ପେଷ୍ଟ ନିଅନ୍ତୁ ।ଏବେ ସେଥିରେ ଉଷୁମ ପାଣି ଦିଅନ୍ତୁ ଓ ନରମ ନରମ କରି ଚକଟନ୍ତୁ । ଏବେ ଏହି ଚକଟାକୁ ଅଧା ଘଣ୍ଟା ବା ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଏକ ପ୍ୟାନରେ ୨୦ ମିଲି ତେଲ ଗରମ କରନ୍ତୁ । ଏଥିରେ ଏକ ଚାମଚ ରସୁଣ ପେଷ୍ଟ ଦିଅନ୍ତୁ ଓ ଭଲ ଭାବେ ଘାଣ୍ଟି ଦିଅନ୍ତୁ । ଏବେ ସେଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଓ ମେଥି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ । ଧିମା ଆଞ୍ଚରେ ୫-୭ ମିନିଟ ପାଇଁ ବସାନ୍ତୁ । ଏବେ ଏଥିରେ ଲୁଣ ଦିଅନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ଥିବା ଅଟା ଗୁଳାରେ ଏହି ମେଥି ମିଶ୍ରଣକୁ ପୁରାନ୍ତୁ । ତାହାକୁ ସତର୍କତାର ସହ ବେଲି ରୁଟିର ଆକାର ଦିଅନ୍ତୁ । ତାୱା ଗରମ କରି ତାକୁ ସତର୍କତାର ସହ ସେକି ଦିଅନ୍ତୁ । ପ୍ରସ୍ତୁତ ହେବା ପରେ କୌଣସି ତରକାରୀ ବା ଚଟଣି ସହ ଗରମ ଗରମ ପରଶନ୍ତୁ ।