(ଅଜିତ ସାହୁ / ଜଳେଶ୍ୱର): ବାଲେଶ୍ବର ଜିଲ୍ଲା ବାଲିଆପାଳ ସ୍ଥିତ ଶ୍ରୀ ଦୁର୍ଗା କଲ୍ୟାଣ ମଣ୍ତପ ପରିସରରେ ମେଧା ସମ୍ମାନ ସମ୍ବର୍ଦ୍ଧନା -୨୦୨୦ ଉତ୍ସବ ପାଳିତ ହୋଇଯାଇଛି । ଯୁବ ସମାଜସେବୀ ତଥା ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ତିଆଙ୍କ ଉଦ୍ୟମରେ ପ୍ରତ୍ୟେକ ବର୍ଷ ମେଧା ସମ୍ମାନ ଉତ୍ସବ ଆୟୋଜିତ ହୋଇଥାଏ ।ଆଜିର ଉତ୍ସବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ବିଡିଓ ଛବିରାଣୀ ସାହୁ,ତହସିଲଦାର ଦୀପକ କୁମାର ଦାସ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାସ, ସମାଜ ସେବୀ ଚକ୍ରଧର ଗିରି, ରାଧାକୃଷ୍ଣ ଦାସ, ଜିଲ୍ଲା ପରିସଦ ସଦସ୍ୟା କସ୍ତୁରବା ପାତ୍ର ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଅବସରରେ +୨ ରେ ଶତକଡା ୯୦ ରୁ ଅଧିକ ଓ ମ୍ୟାଟ୍ରିକ ପରୀକ୍ଷାରେ ଇ୧ ଗ୍ରେଡ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହିତ ଏଭଳି କାର୍ୟ୍ୟକ୍ରମ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷତ୍ରିଙ୍କୁ ଉତ୍ସାହିତ କରିବ ବୋଲି ମଂଚାସିନ ଅତିଥି,ମାନେ କହିଥିବାବେଳେ, ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ମଧ୍ୟ ବେସ ପ୍ରସଂଶା କରିଥିଲେ।