ମୋଦିଙ୍କ କବିତାର ସ୍ୱର ଦେଲେ ଲତା

0

(ରିପୋଟରର୍ସ ଟୁଡ଼େ/ମୁମ୍ବାଇ): କୋକିଳକଣ୍ଠୀ ଲତା ମଙ୍ଗେସ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୀତ ଗାଇଥିବା ଦେଖିବାକୁ ମିଳିଛି । ମୋଦୀ ଲେଖିଥିବା କବିତାକୁ ନିଜ ସ୍ୱର ଦେଇତ୍ୱାରୁ ଏହା ଆହୁରୀ ଚଚ୍ଚ୍ାର ବିଷୟ ପାଲଟି ଯାଇଛି ।
ଲତାଜି ଏହି ପ୍ରସଙ୍ଗରେ ଟ୍ୱିଟ୍ ଯୋଗେ କହିଛନ୍ତି କି ? କିଛି ଦିନ ତଳେ ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଏକ ଭାଷଣ ଶୁଣୁଥିଲି । ସେ ଏକ କବିତାର କିଛି ଧାଡ଼ି କହିଥିଲେ । ଯାହା ମୋତେ ବାସ୍ତବରେ ସବୁ ଭାରତୀୟଙ୍କ କଥା ବୋଲି ଅନୁଭବ ହୋଇଥିଲା । ସେ କହିଥିବା କବିତାର କିଛି ଧାଡ଼ି ମୋ ମନକୁ ଛୁଇଁଯିବା ପରେ ମୁଁ ତାକୁ ରେକର୍ଡ କରିଥିଲି । ଗୀତଟି ରେକର୍ଡ ହେବାର ପରେ ମୁଁ ଏହି ଗୀତକୁ ଦେଶର ବୀର ଯବାନ ଏବଂ ଦେଶର ଜନତାଙ୍କୁ ଉତ୍ସର୍ଗ କରୁଛି ବୋଲି କହୁଥିବା ଦେଖା ଯାଇଛି । ଭିଡିଓ ଟୁଇଟ୍ ପରେ ମୋଦୀ ତାଙ୍କଉତ୍ତର ଦେଇଥିଲେ , ଏହି ଗୀତ ଆକାରରେ ଆପଣଙ୍କ ଠାରୁ ଆସିଥିବା ସ୍ନେହ ଏବଂ ଆଶୀର୍ବାଦ ମୋ ପାଇଁ ପ୍ରେରଣାର ସ୍ରୋତ ବୋଲି ଲେଖିଥିଲେ ମୋଦୀ ।