ମୋଦିଙ୍କ ହେଲିକେପ୍ଟର ଉପରକୁ କଳା ବେଲୁନ ଛାଡିଲେ କଂଗ୍ରେସ କର୍ମୀ

୪ କଂଗ୍ରେସ କର୍ମୀ ଗିରଫ

0

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକେପ୍ଟର ଉପରକୁ କଳା ବେଲୁନ ଛାଡି ୪ ଜଣ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି। ତେବେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ କଳାବେଲୁନ ଉଠାଇ ପ୍ରତିବାଦ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ନଥିବା ଆନ୍ଧ୍ର ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଆନ୍ଧ୍ର ପ୍ରଦେଶ କୃଷ୍ଣା ଜିଲ୍ଲାର ଡିଏସପି ବିଜୟ ପାଲ ସମ୍ପୃକ୍ତ ଘଟଣାରେ ୪ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଥିବା ବାକି କଂଗ୍ରେସ କର୍ମୀଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ପାଲ କହିଛନ୍ତି। ଗିରଫ ୪ ଜଣଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ। ତେବେ ପ୍ରଧାନମନ୍ତ୍ରୀଙ୍କ ହେଲିକେପ୍ଟର ଉଡାଣ ଭରିବାର ୫ ମିନିଟ ମଧ୍ୟରେ କଂଗ୍ରେସ କର୍ମୀମାନେ କଳା ବେଲୁନ ଉଡାଇ ପ୍ରତିବାଦ କରିଥିଲେ ବୋଲି ଡିଏସପି ଶ୍ରୀ ପାଲ କହିଛନ୍ତି।