ମୋଦି ଓ ନବୀନଙ୍କ ମଡ଼େଲ ସମାନ : ରାହୁଲ ଗାନ୍ଧୀ

0

(ରିପୋର୍ଟସ ଟୁଡ଼େ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ବିଜେଡି ସରକାରଙ୍କ ମଡେଲ ସମାନ । ଏଠାରେ ବଡ଼ ବଡ଼ ଶିଲ୍ପପତିମାନେ ସରକାରକୁ ପାଣ୍ଠି ଯୋଗାଉଛନ୍ତି। ଜନତାଙ୍କ ସ୍ୱର ଶୁଣିବାକୁ କେହି ନାହିଁ। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପରିଚାଳିତ । କିନ୍ତୁ କଂଗ୍ରେସ୍‌ ଏଇ ମଡେଲ୍‌ରେ ବିଶ୍ୱାସ କରେ ନାହିଁ। ଆମେ ଲୋକଙ୍କ ମତାମତକୁ ନେଇ ସରକାର ଚଳାଇବାକୁ ଚାହୁଁ ବୋଲି କହିଛନ୍ତି ରାହୁଲ୍‌ ଗାନ୍ଧି।
ଏଥିସହ ସେ ମୋଦି ଓ ନବୀନଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି ବୋଲି ଅଭିଯୋଗ କରିଛନ୍ତି। ସେ ଜିଏସଟି ହେଉ କି ବିମୁଦ୍ରିକରଣ, ମୋଦି ସରକାରଙ୍କ ସବୁ ନିଷ୍ପତ୍ତିକୁ ନବୀନ ସମର୍ଥନ କରି ଆସିଛନ୍ତି। ଅନ୍ୟପଟେ କାଳିଆ ଯୋଜନାକୁ ସମାଲୋଚନା କରି ସେ କହିଛନ୍ତି ଯେ ଛତିଶଗଡ଼ରେ କଂଗ୍ରେସ ସରକାର ଚାଷୀଙ୍କୁ ଋଣଛାଡ ପରେ ଓ ଶସ୍ୟର ଏମ୍‌ଏସ୍‌ପି ବଢାଇବା ପରେ ନବୀନଙ୍କର ନିଦ ଭାଙ୍ଗିଲା କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ୍‌।
ଆଜି ସକାଳେ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବିତରଣ କରିଛନ୍ତି ରାହୁଲ । ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ରାଜ୍ୟ କଂଗ୍ରେସର ନେତୃବୃନ୍ଧ । ନିରଞ୍ଜନ ପଟ୍ଟର୍ନାୟକ, ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ,ପ୍ରସାଦ ହରିଚନ୍ଦନ, ଶରତ ସାହୁ ସମେତ ଅନ୍ୟାନ୍ୟ ନେତୃବୃନ୍ଧ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।