ଋିପୋର୍ଟରସ୍ ଟୁଡେ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଖେଳିଛନ୍ତି ନିର୍ବାଚନୀ ଗୋଟି । ସୋମବାର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଆସିଛି। ଆର୍ଥିକ ଅନଗ୍ରସର ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ବାର୍ଷିକ ୮ଲକ୍ଷରୁ କମ ଆୟ ଥିବା ସାଧାରଣ ବର୍ଗ ଏହି ସୁବିଧା ହାସଲ କରିପାରିବେ। ସରକାରୀ କ୍ଷେତ୍ର, ନିଯୁକ୍ତି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ୧୦ପ୍ରତିଶତ ସଂରକ୍ଷଣ ନିୟମ କାର୍ୟ୍ୟକାରୀ ହେବା। ଏହାକୁ କାର୍ୟ୍ୟକାରୀ କରିବା ପାଇଁ ସମ୍ବିଧାନର ଧାରା ୧୫ ଓ ୧୬ରେ ସଂଶୋଧନ ପାଇଁ ଏକ ବିଲ ଆଗତ ହେବ। ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏଥିରେ ମୋହର ମାରିଛି। । ସଂରକ୍ଷଣ ନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଘୋଷଣା କରିଛନ୍ତି। ୨୦୧୮ରେ ଏସିଏସଟି ଆଇନରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ମୋଦି ସରକାର ବଦଳାଇ ଦେଇଥିଲେ। ଏହାକୁ ନେଇ ସାଧାରଣ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।