(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଆଜି ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ‘ମୋ ଘର ଭାଜପା ପରିବାର’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗତ ୧୯ ତାରିଖରେ ଭାଜପାରେ ସାମିଲ ହୋଇଥିବା ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଯୋଗ ଦେଇ ନିଜ ଜନ୍ମମାଟି କାଂଶ ପଞ୍ଚାୟତ ସଂଗ୍ରାମପୁର ଗ୍ରାମରୁ ଏହି କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଏନେଇ ସେ ନିଜ ବାସଭବନରେ ଦଳୀୟ ପତାକା ଲଗାଇ ଦଳକୁ ମଜଭୁତ କରିବା ପାଇଁ କହିଥିଲେ। ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସେ ଲୋକଙ୍କୁ ବୁଝାଇଥିଲେ। ଏଥିରେ ବହୁ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିଲେ।