ମୋ ତହସିଲ କାର୍ୟ୍ୟକ୍ରମ ଅନୁଷ୍ଠିତ

0

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇସାରିଛି ମୋ ତହସିଲ କାର୍ୟ୍ୟକ୍ରମ। ଉକ୍ତ କାର୍ୟ୍ୟକ୍ରମରେ ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ,ବ୍ଳକ ଚେୟାରମ୍ୟାନ ଶୀ ହରେକୃଷ୍ଣ ମଲ୍ଲିକ, ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କର, ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦରଖାସ୍ତ ଦିଆଯାଇଥିଲା । କିଛି ସମସ୍ୟାର ଆଶୁ ସମାଧାନ କରିବା ସହିତ ତହସିଲ କାର୍ୟ୍ୟାଳୟ ପକ୍ଷରୁ କର୍ମଚାରୀ ମାନଙ୍କୁ ନେଇ ଜନସାଧାରଣଙ୍କ ଜମିଜମା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ। ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମକୁ ସରପଞ୍ଚ ନିଳାଞ୍ଚଳ ଗୌଡ ପରିଚାଳନା କରିଥିଲେ।