(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ସାରସକୋଣ ବ୍ଲକ ରେ ମରୁଡି। ଚାଷିକୂଳ ହତାଶ ଚାଷ କାମ ଆଗେଇ ପାରୁନାହିଁ।ଅଭାବୀ ବରଷା ଚାଷୀକୁ ଅସ୍ତବ୍ୟସ୍ତ କଲାଣି।ଧାରା ଶ୍ରାବଣ ପରିବର୍ତ୍ତେ ଖରା ଶ୍ରାବଣ ଚାଲିଛି। ଚାଷୀବର୍ଷା ପାଣି କୁ ଚାତକ ପରି ଚାହିଁ ରହିଛି।ଏପରି ଅବସ୍ଥାରେ ନିକଟରେ ସୁବର୍ଣ୍ଣରେଖା କେନାଲ ଥିଲେ ମଧ୍ୟ ଅପର ପଟୁ ପାଣି ଆସୁନି।ଚାଷୀ ଚାଷ କରିବା ପାଇଁ ସମବାୟ ସମିତି ରୁ ରଣ ନେଇ ଚାଷ କରିଥିବାବେଳେ ରଣ ପରିଷଦ କେମିତି କରିବେ ଚିନ୍ତା ଘେରିଛି।କୃଷି ବିଭାଗର ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୨୪ହଜାର ୯ ଶହ ୯୮ହେକ୍ଟର ଜମିରେ ଚାଷ ହେବାର ଆକଳନ କରାଯାଇଥିଲା।ଏହି ବ୍ଲକ ରେ୧୭ଗୋଟି ପଞ୍ଚାୟତରେ ୧୧୨ ଗୋଟି ବୋରିଂ ନଳକୂପ ହେବାର କାଗଜପତ୍ରରେ ରହିଥିବା ବେଳେ ସେଥି ମଧ୍ୟରୁ ନିଜର ଚାଷ ଜମିରେ ବୋରିଂ ନଳକୂପ ନ କରି ଘରେ କରିଛନ୍ତି। ଯାହା ଫଳରେ ଅସୁବିଧା ହେଉଛି । କୃଷି ବିଭାଗୀୟ ଅଧିକାରୀକୁ ହାତକରି ଚାଷ ପାଇଁ ଆସିଥିବା ବୋରିଂ ନଳକୂପ ନ କରି ସେଇ ଟଙ୍କାକୁ ଚାଷୀ ଆତ୍ମସାତ କରିଛି। ନିୟମ ଅନୁଯାୟୀ ଚାଷ ଜମିରେ ବୋରିଂ ନଳକୂପ ହୋଇଥିଲେ ଅତ୍ୟନ୍ତ କିଛିଟା ଚାଷୀ ଉପକୃତ ହୋଇ ଥାନ୍ତେ।ଚାଷୀ ମାନଙ୍କ କହିବା ଅନୁଯାୟୀ ଚାଷ ରଣ ଛାଡ଼ କରାଯାଉ ତା ନ ହେଲେ ଚାଷ ରଣ ସୁଝି ନ ପାରି ଧାରଣା ରେ ବସିବୁ ବୋଲି ସାରସକୋଣର ଚାଷୀ ମାନେ କହିଛନ୍ତି।