ବରୀ: ଲଗାଣ ବର୍ଷା ପାଇଁ ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ଜଳ ବୃଦ୍ଧି ହେଉଛି । ବନ୍ୟା ଜଳରେ ନଦୀ କୂଳିଆ ଓ ତଳି ଅଞ୍ଚଳର ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ଜିଲ୍ଲାର ଯାଜପୁର, ବରୀ, ଓ ଦଶରଥପୁର ଅଧିକ ପ୍ରଭାବିତ ହୋଇଛି। ଯାଜପୁର ବ୍ଲକର ସିମୁଳିଆ ପଞ୍ଚାୟତର ସିମୁଳିଆ ଗାଁ ଠାରେ ବୁଢ଼ା ନଦୀର ଜଳ ପ୍ରଭାବରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଛି । ନଦୀ ବନ୍ଧରେ ୫୦ ଫୁଟରୁ ଉର୍ଦ୍ଧ ଲମ୍ବ ଏକ ଘାଇ ସୃଷ୍ଟି ହେବାରୁ ସିମୁଳିଆ ପଞ୍ଚାୟତ ଅଧୀନ ଓଲେଇପଡ଼ା, ମଇଦିପୁର୍, ସିମିଲିଆ, ତାଳପଦା ଆଦି ଗ୍ରାମର ୫୦୦୦ରୁ ଊର୍ଦ୍ଧ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟା ପ୍ଲାବିତ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଥିବା ଜନ ସାଧାରଣଙ୍କ ସ୍ଥିତି ପରକ୍ଷିବା ପାଇଁ ନିଜେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଆଜି ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି । ସେଠାରେ ଲୋକଙ୍କ ସହ ସେମାନଙ୍କ ସମସ୍ୟା ବୁଝିବା ସହ ଜିଲ୍ଲା ପ୍ରଶାସନଙ୍କୁ ଜଳ ନିଷ୍କାଷନ କରିବାକୁ ତଥା ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଦାସ କହିଛନ୍ତି, ମୁଁ ଯାଜପୁରର ବିଧାୟକ ନୁହେଁ, ଜଣେ ସାଧାରଣ ଲୋକ ଭାବେ ବନ୍ୟାର ଅନୁଭୂତି ନିଜେ ବୋଗିଛି । ଯାଜପୁର ନିର୍ବାଚନ ମଣ୍ଡଳୀର କୌଣସି ଜନ ସାଧାରଣ ବନ୍ୟା ଦ୍ଵାରା କ୍ଷତିଗସ୍ତ ହୋଇଥିଲେ ବି ସେମାନଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି ଯେତେ ପ୍ରକାର ସରକାରୀ ନିୟମ ମୁତାବକ ଯାହା ସୁବିଧା ଯୋଗାଇ ଦେବା କଥା ସେ କ୍ଷେତ୍ରରେ ପଦକ୍ଷେପ ନେବାକୁ ମୁଁ ସଂକଳ୍ପ ବଦ୍ଧ । ସେହିପରି ସୁବର୍ଣ୍ଣରେଖାର ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁଁ ଆଜି ସକାଳ ଠାରୁ ବରୀ ଅଞ୍ଚଳର କଳାମାଟିଆ, ଅନ୍ୟାସପୁର୍, ବାଲିଵିଲି, ପ୍ରଭୃତି ପଞ୍ଚାୟତର ଜନ ସାଧାରଣ ଏହି ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ବରୀ କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ସାଇ ମନ୍ଦିର ନିକଟ ମୁଖ୍ୟ ରାସ୍ତା ରେ ଦୁଧେଇ ନଦୀ ର ୩ ଫୁଟର ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବିଛିନ୍ନ ହୋଇପଡିଛି।
ଅନ୍ୟ ପଟେ ଉପ ଜିଲ୍ଲାପାଳ ଓ ତହସିଲଦାର ବରୀ ଅଞ୍ଚଳର ବିଭିନ୍ନ ଜଳ ପ୍ଲାବିତ ଅଞ୍ଚଳ ପରିଦର୍ଶନ କରି ଫେରିଥିବା ବେଳେ ବରୀର ବିଧାୟିକାଙ୍କ ଦେଖା ନ ମିଳିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ସୂଚନ ଯୋଗ୍ୟ ବରୀର ଦରଦୀ ବନ୍ଧୁ ପାଲଟିଥିବା ବରୀ ବିଧାୟିକା କଣ ପାଇଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ରହିଛନ୍ତି ସେହି ଘଟଣାକୁ ନେଇ ବିଗତ ଦିନର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅପରପକ୍ଷରେ ଯାଜପୁର ବିଧାୟକଙ୍କ ଅଞ୍ଚଳ ଗସ୍ତ ଓ ଲୋକଙ୍କ ସମସ୍ୟା ବୁଝିବା ସହ ସେସବୁର ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ପ୍ରଶଂସା କରା ଯାଇଛି।