ଯାଞ୍ଚ ହେବାରୁ ମୋବାଇଲ ଗିଳି ହନ୍ତସନ୍ତ କଏଦୀ

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ତିହାର ଜେଲ । ପୁଲିସ ଭୟରେ କଏଦୀ ଗିଳିଦେଲେ ୬ ଇଞ୍ଜର ଗୋଟା ମୋବାଇଲ । ଜେଲର ମହାନିର୍ଦ୍ଦେଶକଙ୍କ କହିବା ମୁତାବକ ଜାନୁଆରୀ ୧୫ରେ ଏହି ଘଟଣା ଘଟିଥିଲା । ଯେତେବେଳେ ଜଣେ କଏଦୀଙ୍କୁ ଯାଞ୍ଚ କରିବାକୁ ଜେଲର କର୍ମଚାରୀ ଯାଇଥିବା ବେଳେ ଜଣେ କଏଦୀ ଭୟରେ ମୋବାଇଲ ଗିଳିଦେଇଥିଲେ । କିନ୍ତୁ ଏହାକୁ ନେଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଓ ତାଙ୍କୁ ପ୍ରଥମେ ଦିଲ୍ଲୀର ଦିନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ସେଠାରୁ କଏଦୀଙ୍କୁ ଜିବି ପନ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କ ପେଟରୁ ମୋବାଇଲ ବାହାର କରିବାରେ ସକ୍ଷମ ହୋଇଛନ୍ତି । ଏବେ କଏଦୀଙ୍କ ଅବସ୍ଥା ଭଲ ଥିବା ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ ସୂଚନା ଦେଇଛନ୍ତି । ତେବେ ଜେଲ ଭିତରକୁ ମୋବାଇଲ କେମିତି ଆସିଲା ତାକୁ ନେଇ ଯାଞ୍ଚ ଚାଲିଛି ।