ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ୨୦ ଜଣ ଆହତ

0

( ଜ୍ୟୋତିରଞ୍ଜନ ଧର, କଣିହାଁ) ରିପୋର୍ଟସଟୁଡେ: ଅନୁଗୋଳ ଜିଲ୍ଲା ଛେଳିଆଢ଼ିପ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବା ଫଳରେ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱରରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା ସୀତାରାମ ଵସ ରବିବାର ଭୋର ସମୟରେ ଜାତୀୟ ରାଜପଥ ୫୫ ନଂ ଛେଳିଆଢ଼ିପଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିରେ ଓଲଟି ପଡିଥିଲା । ବସରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।