(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର)ରିପୋର୍ଟସଟୁଡେ: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାଡ଼ ନମ୍ବର-୩ର ମନ୍ଦିରସାହିଠାରେ ଆଜି ଜଣେ ଯୁବକ ବେକରେ ସୂତାଲୁଗା ଲଗାଇ ଘରର ଏଜବେଶ ଟରର ପାଇପରେ ଲଗାଇ ଆତ୍ମହତ୍ୟା କରିଛି।
ଖବରରୁ ଜଣାପଡିଛି ଯେ , ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛୋଟ ଛୋଟ କଥାକୁ ନେଇ ପ୍ରତ୍ୟେକ ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା। ମୃତକ ଯୁବକ ଜଣକର ନାମ-ଜିତେନ ବେହେରା ,ଘର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାଡ଼ ନମ୍ବର-୩ ମନ୍ଦିର ସାହିଠାରେ ବୋଲି ଜଚ୍ଚାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମଟମ ପାଇଁ ରାଇରଙ୍ଗପୁର ମେଡ଼ିକାଲକୁ ପଠାଇଦିଆଯାଇଛି ।