(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବଡ଼ଝରଣ ପଞ୍ଚାୟତର ପୋଖରିଆ-ମଦନଶିଳା ଗ୍ରାମ୍ୟ ପୋଖରୀରେ ଏକ କ୍ଷତ ବିକ୍ଷତ ଯୁବକର ମୃତଦେହକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଉଦ୍ଧାର କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ବଡ଼ଝରଣ ପଞ୍ଚାୟତର ବାଇଗଣ କୁଦର ଗ୍ରାମର ନେଗା ପୂର୍ତ୍ତିଙ୍କ ବଡପୁଅ ଦାମ ପୂର୍ତ୍ତି ସୋମବାରରେ ଘରୁ ବାହାରକୁ ଯାଇଥିଲା । ରାତିରେ ଘରକୁ ଫେରି ନ ଥିଲା । ଆଜି ଭୋରୁ କେହି ପୋଖରିଆ-ମଦନଶିଳା ପୋଖରିଆ ବଡ଼ ପୋଖରୀରେ ଭାସୁଥିବା ମୃତଦେହକୁ ଦେଖି ଥାନାକୁ ଖବର ଦେଇଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମନୋଜ କୁମାର ରାଠୋର ଘଟଣାସ୍ଥଳରେ ମୃତ ଯୁବକଙ୍କୁ ପୋଖରୀରରୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି ।