ଯୌତୁକ,ପରକ୍ରିୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା ଅଭିଯୋଗ

0

(ଅଜିତ ସାହୁ)ଜଳେଶ୍ୱର: ସ୍ତ୍ରୀ ର ସନ୍ଦେହ ଜନକ ମୃତ୍ୟୁ । ଯୌତୁକ ଓ ପରକ୍ରିୟା ପ୍ରୀତି ପାଇଁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଲେ ବାପ ଘର ଲୋକ। ସୂଚନା ଅନୁସାରେ ସୋର ଥାନା ଚକରାଇପୁର ଗ୍ରାମ ର ଶକୁନ୍ତଳା ଦାସଙ୍କ ଝିଅ ଅର୍ପିତାଙ୍କୁ ସାତ ବର୍ଷ ତଳେ ବସ୍ତା ଥାନା ପଣ୍ଡରୁଣି ଗ୍ରାମର କୁନାଲ ରାଉଳ ପ୍ରେମ ବିବାହ କରିଥିଲେ। ବିବାହର ଛଅ ମାସ ପରେ ଯୈ।ତୁକ ପାଇଁ ଝିଅକୁ ବିଭିନ୍ନ ସମୟରେ ଶାରୀରିକ , ମାନସିକ ନିର୍ୟାତନା ଦିଆଯାଉଥିଲା। ଉକ୍ତ ଘଟଣାରେ ଝିଅର ବିଧବା ମା ଶକୁନ୍ତଳା ଦାଶ୍ ଝିଅ ଘରକୁ ଆସି ସମାଧାନ କରିବା ସହିତ ଜ୍ବାଇଁ ଙ୍କର ସମସ୍ତ ଅଭାବକୁ ଦୂର କରିଆସୁଥିଲେ। ଲକ୍ଷାଧିକ ଟଙ୍କା ଦେବାପରେ ବି ଜ୍ବାଇଁ ନିଜର ଦୁଇଜଣ ପିଲା ସ୍ତ୍ରୀ କୁ ଛାଡି ,ଅନ୍ୟ ଏକ ଝିଅକୁ ଭଲପାଉଥିବା ଅଭିଯୋଗ ହୋଇଛି ।ଉକ୍ତ ଘଟଣାକୁ କେନ୍ଦ୍ର କରି ପରିବାରରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା। ତେଣୁ ତାଙ୍କ ଝିଅ ଅର୍ପିତା ଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି ଶାଶୁ ଘର ଲୋକ।ଝିଅର ମାଆ ଶକୁନ୍ତଳା ଅଭିଯୋଗ କୁ ଭିତ୍ତି କରି ବସ୍ତା ପୋଲିସ ଶବ ବ୍ୟବଛେଦ କରିବା ସହିତ ୪୩୪/୧୯ ମାମଲା ରୁଜୁ କରି ,ମୃତ ଝିଅର ସ୍ବାମୀ କୁନାଲ ରାଉଳ କୁ ଅଟକ ରଖି ତଦନ୍ତ ଜାରି ରଖିଛି।