(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ଗତକାଲି ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜାପଲ୍ଲୀ ନିକଟ ରାସ୍ତାକଡ଼ରୁ ଜଣେ ଠିକାଦାରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଏମ୍ପିଭି-୪୩ ଗ୍ରାମର ରମେନ୍ ବିଶ୍ୱାସ ବୋଲି ଜଣାପଡ଼ିଛି। ରମେନ୍ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଟାଙ୍ଗିଆ ଓ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ଗ୍ରାମବାସୀମାନେ ପ୍ରଥମେ ତାଙ୍କୁ ଉଦ୍ଧାର କରି ଏମ୍ଭି ୭୯ ଡାକ୍ତରଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଆକ୍ରମଣ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କରାଯାଇଥିବା ପରିବାରଲୋକେ ସନ୍ଦେହ କରୁଛନ୍ତି। ମୋଟୁ ପୋଲିସ ନିକଟରେ ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ଖବର ଲେଖାଯିବା ସୁଦ୍ଧା ପୋଲିସ ତଦନ୍ତ ଆରମ୍ଭ କରିନାହିଁ।