( ଭଦ୍ରକ / ସେଖ ଫାଇଜାନ କାଦରୀ): ଦେଶ ଓ ଦେଶବାସୀଙ୍କ ନିମନ୍ତେ ନିଜର ପ୍ରେତ୍ୟକଟି ରକ୍ତବିନ୍ଦୁ ଉତ୍ସଗିକୃତ କରିଥିବା ଭାରତ ମାତାର ବୀରପୁତ୍ର,ମହାନ କ୍ରାନ୍ତିକାରୀ,ଯୁବସମାଜର ଆଦର୍ଶ ଶହୀଦ୍ ଭଗତ୍ ସିଂ, ଶହୀଦ୍ ସୁଖଦେବ ଥାପର ଏବଂ ଶହୀଦ୍ ଶିବରାମ ରାଜଗୁରୁଙ୍କ ୮୮ତମ ବଳିଦାନ ଦିବସରେ ଭଦ୍ରକର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଶହୀଦ୍ ଭଗତ୍ ସେନା ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓସିଏ ଅଧକ୍ଷ୍ୟ ଧୀରେନ ପଳାଇ ଯୋଗଦେବା ସହ ରକ୍ତ ଦାନ ମହା ପୂଣ୍ୟ ବୋଲି ଯୁବ ପୀଢିଙ୍କୁ ଆହ୍ଵାନ କରିଥିଲେ । ଏହି ଶିବିରରେ ୧୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।