ରକ୍ତ ରଞ୍ଜିତ ବଣ୍ଡାଘାଟି

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗ ରୁସା ଦୁର କରିବା ଲାଗି ଆଦିବାସୀଙ୍କ ନିଆରା ପରମ୍ପରା । ପରସ୍ପରକୁ ଆଘାତ ଦେଇ ଝାଟି ପର୍ବ ପାଳନ କରୁଛି ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ସମ୍ପ୍ରଦାୟ । ସଲପ ଗଛ ଡାଳରୁ ଚାବୁକ ତିଆରି କରି ଆଦିବାସୀ ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ଝାଟି ପରବ ଦିନ ନୁଆ ଖାଇବାର ଆଦିବାସୀ ପରମ୍ପରା ରହିଛି । ଆଉ ଏହି ପରବରେ ବଣ୍ଡା ମହିଳାଙ୍କ ଗୁରୁତ୍ୱପୂର୍ଣ ଭୁମିକା ରହିଛି ।
ବଣ୍ଡାଘାଟିରେ ରକ୍ତର ଖେଳ । ରାଗ ରୁସା ଦୂର କରିବା ପାଇଁ ଝାଟି ପର୍ବ ନାମରେ ଏକ ନିଆରା ପର୍ବ ପାଳୁଛନ୍ତି ମାଲକାନଗିରି ଜିଲ୍ଲା ଆଦିମ ବଣ୍ଡା ଜନଜାତିର ଲୋକେ । ପରସ୍ପରକୁ ଆଘାତ ଦେଇ ଖେଳୁଛନ୍ତି ଏହି ଖେଳ । ଏହି ଘଟଣା ଆପଣଙ୍କୁ ବିଚଳିତ କରୁଥିଲେ ମଧ୍ୟ ଏ ହେଉଛି ବଣ୍ଡା ସମ୍ପ୍ରଦାୟର ଅନନ୍ୟ ପରମ୍ପରାର ନିଦର୍ଶନ । ବଣ୍ଡା ଘାଟିର ୩୨ଟି ଗାଁରେ ଭିନ୍ନ ଭିନ୍ନ ଦିନରେ ଦେଖିବାକୁ ମିଳିଥାଏ ଏପରି ଆୟୋଜନ ।
ଝାଟି ପର୍ବ ପାଳନ ପାଇଁ ସଲପ ଗଛର ଡାଳରେ ଚାବୁକ ସଦୃଶ୍ୟ ଛାଟି ତିଆରି କରିବା ପରେ ଗାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂର୍ଘଷର ଆସର । ପରସ୍ପରକୁ ମାଡ ମାରି ରକ୍ତାକ୍ତ କଲା ପରେ ଆଲିଙ୍ଗନ କରି ପୂର୍ବ ଶ୍ରତୁତାକୁ ଦୂର କରିଥାନ୍ତି ଏହି ବଣ୍ଡା ଆଦିବାସୀ । ଆଉ ଏହି ପର୍ବରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବଣ୍ଡା ମହିଳା । ମହିଳା ମାନେ ଏହି ପର୍ବ ପାଇଁ ପୁରୁଷମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ଲଢେଇ ଜୋର ଧରିବା ସମୟରେ ମହିଳାମାନେ ଦୁଇ ପୁରୁଷଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜିବା ସହ ଆଘାତ ସ୍ଥାନରେ ତୁରନ୍ତ ହଳଦି ଲେପ ଲଗାଇ ଭାଇଚାରାର ବାର୍ତ୍ତା ଦିଅନ୍ତି ବଣ୍ଡା ମହିଳା ।