ରଥଯାତ୍ରା ଅବସରରେ ରକ୍ତଦାନ ଶିବିର ୯୫ ୟୁନିଟ ରକ୍ତ ସଂଗ୍ରହ

0

(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେକୁଳଠାରେ ସମ୍ବାଦ ଆମ ଓଡ଼ିଶା ଓ ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପ ର ମିଳିତ ରକ୍ତଦାନ ଶିବିର ୯୫ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।ଆଜି ପବିତ୍ର ରଥଯାତ୍ରାରେ ଏହି ରକ୍ତଦାନ ଶିବିର ଆୟୋଜନା କରାଯାଇଥିଲା । ଏହାକୁ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ମୁଖ୍ୟ ଅତିଥି ଭାବେ ରହି ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ କାମାକ୍ଷାନଗର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମେଜର ପପ୍ରଭାତ ଦାସ,ତହସିଲଦାର ସୁଧାଂଶୁ ମହାନ୍ତି,ଥାନା ଅଧିକାରୀ ନିରଂଜନ ସେଠୀ, ରେକୁଳ। ବୈଦ୍ୟରାଜ ସର୍ବେଶ୍ୱର ପାତ୍ର,କାମାକ୍ଷାନଗର ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା, ଅଖିଳ ପଣ୍ଡା, ମଙ୍ଗୁତଲାଲ କଟରୁକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ପରିଚାଳନା କରିଥିଲେ ରାକେଶ କୁମାର ଦେହୁରୀ ।