( ଭୁବନେଶ୍ୱର / ରିପୋର୍ଟସଟୁଡେ): ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ହତ୍ୟା ଧମକ । ନୟାଗଡା -ଦଶପଲ୍ଲା ଥାନା ଅଞ୍ଚଳରେ ମାଓବାଦୀମାନଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି । ଏଥିରେ ରମେଶ ବେହେରାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି। କୁଆଁରିଆ ମୃଗବିହାର ପାଚେରୀରେ ସିପିଆଇଏମ୍ ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି। ଏହାସହ ଦଶପଲ୍ଲା ଥାନା, ଜେଲ୍, କୋର୍ଟ ଓ ନୂଆ ଗାଁ ଥାନା ଉଡାଇ ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ କରୁଛି।