ରସୁଲଗଡ଼ରେ ଖୋଲିଲା ପାସ୍‌‌ପୋର୍ଟ ସେବାକେନ୍ଦ୍ର

0

ଭୁବନେଶ୍ୱର: ନୂଆପଲ୍ଲୀ ସିଆରସି ଛକ ନିକଟରେ ଥିବା ଅଧା ପାସପୋର୍ଟ ଅଫିସ ଏବେ ରସୁଲଗଡକୁ ଉଠିଗଲା ।ତାହାକୁ ପାସ୍ପୋର୍ଟ ସେବାକେନ୍ଦ୍ର କରାଯାଇଥିବାବେଳେ ସିଆର୍ପିରେ ଥିବା ମୁଖ୍ୟ ପାସ୍ପୋର୍ଟ ଅଫିସ୍ ରିଜିଓନାଲ ଅଫିସ୍ ବୋଲି କୁହାଯାଉଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିସାରିଛି। ଅଗଷ୍ଟ ୧୫ ପରେ ଏହି ଅଫିସ୍ ଲୋକଙ୍କ ସେବା ପାଇଁ କାର୍ୟ୍ୟକାରୀ ହେବ। ସେଠାରେ ସମସ୍ତ ବ୍ୟବସ୍ଥା ଶେଷ ହୋଇସାରିଛି। ସେବାକେନ୍ଦ୍ରରେ ଲୋକମାନେ କେବଳ ଆବେଦନ କରିବା ସହ ସେଠାରେ ଭେରିଫିକେସନ କରାଯିବ। କିନ୍ତୁ ରିଜିଓନାଲ ଅଫିସ୍ରେ କେବଳ ସରକାରୀ କାମ ସହ ପାସ୍ପୋର୍ଟ ଇସ୍ୟୁ କରାଯିବ। ସେଠାରେ ସବୁପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ପାସ୍ପୋର୍ଟ ପାଇଁ ଆସୁଥିବା ଲୋକଙ୍କ ପାଇଁ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯାଇଛି।

ଏଠାରେ ପାସ୍ପୋର୍ଟ ଭେରିଫିକେସନ୍ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବସ୍ଥା କରାଯାଇଛି। ପାସ୍ପୋର୍ଟ ଅଫିସ୍ରେ କାମ କରୁଥିବା ବିଭିନ୍ନ ବିଭାଗ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ କରାଯାଇଛି। ସେଠାରେ ଲୋକଙ୍କ ପ୍ରତିକ୍ଷା କରିବା ସମୟରେ ବିରକ୍ତି ନ ହେବା ପାଇଁ ପାଠାଗାର ବ୍ୟବସ୍ଥା କରାଯାଇଛି। ନୂଆପଲ୍ଲୀ ଅଫିସରେ କାର୍ୟ୍ୟଭାର ହାଲୁକା କରିବା ପାଇଁ ରସୁଲଗଡ଼ରେ ବିକଳ୍ପ ଅଫିସ୍ କରାଯାଇଥିବା କୁହାଯାଉଛି।ରସୁଲଗଡ଼ ଅଫିସ୍ରେ ପାସ୍ପୋର୍ଟ ଆବେଦନଠାରୁ ଆରମ୍ଭ କରି ଯାଞ୍ଚ ଆଦି କାର୍ୟ୍ୟ କରାଯିବ। ନୂଆପଲ୍ଲୀ ଅଫିସ୍ରେ କେବଳ ଫାଇନାଲ ପାସ୍ପୋର୍ଟ ଇସ୍ୟୁ କରାଯିବ ବୋଲି ପାସ୍ପୋର୍ଟ ଅଫିସ୍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।