(ରିପୋର୍ଟସଟୁଡେ): ମାଫିଆଗିରିରୁ ରାଜନୀତିକୁ ଆସି ସବୁବେଳେ ଚର୍ଚ୍ଚାରେ ରହୁଥିବା ମାଫିଆ ଜିତେନ ଦୀପର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୋଟିଏ ଦିନ ଆଗରୁ ବରଗଡ ବଲାଙ୍ଗୀର ରାସ୍ତାରେ ଜିତେନ ଦୀପ ଦୁର୍ଘଟଣା ଗ୍ରସ୍ତ ହେବା ଖବର ପ୍ରଚାର ହୋଇଥିଲା । ତେବେ ପୋଲିସ ପାଖରେ ଏନେଇ କୌଣସି ଖବର ନଥିଲେ ସୁଦ୍ଧା ଏହା ଦୁର୍ଘଟଣା ନା ହତ୍ୟାକାଣ୍ଡ ତାହା ରହସ୍ୟ ଘେରରେ ରହିଛି ।
ପୂର୍ବରୁ ଜିତେନ ନାଁରେ ଅନେକ ଅପରାଧିକ ରେକର୍ଡ ଥିବାବେଳେ ତାକୁ ଗିରଫ କରିବା ପାଇଁ ଏକ ସମୟରେ ବଲାଙ୍ଗୀର ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡିଥିଲା । ତେବେ ଗିରଫ ପରେ ଜାମିନରେ ଆସିଥିବା ଜିତେନ ଦୀପ କିଛି କାମରେ ବରଗଡରୁ ବଲାଙ୍ଗୀର ଫେରୁଥିବାବେଳେ ଦୁର୍ଘଟଣା ହେବା ଖବର ଆସିଥିଲା । ତେବେ ଘଟଣା ଦିନ ଜିତେନ ସାଙ୍ଗରେ ଜଣେ ଯୁବତୀ ଥିଲା । ଏହି ଘଟଣା ପରେ ଯୁବତୀ ଜଣକ ସେଠାରୁ ଫେରାର ହେବା ଏହି ଘଟଣାକୁ ଆହୁରୀ ଜଟିଳ କରିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ।