ରାଇରଙ୍ଗପୁର ଓ ବହଳଦା ଠାରେ ବିଜୁ ଜନତା ଦଳର୨୩ତମ ପ୍ରତିଷ୍ଠା ଦିବସ ପାଳିତ

0

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ଵାଚନ ମଣ୍ଡଳୀର ରାଇରଙ୍ଗପୁର ଓ ବହଳଦା ଠାରେ ବିଜୁ ଜନତା ଦଳର୨୩ତମ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସଚିନ ଦାସଙ୍କ ଅଧ୍ୟକ୍ଷତାରେ ବହଳଦା ଠାରେ ଶତାଧିକ କର୍ମୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ବିଜୁଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦେବାଶିଷ ମହାନ୍ତି, ପ୍ରର୍ଯ୍ୟବେକ୍ଷକ ସୁବ୍ରତ ଛୋଟରାୟ ଓ ବିଜୁଜନତା ଦଳର ବରିଷ୍ଠ ନେତା ସଚିନ ଦାସ ପୁଷ୍ପମାଲ୍ୟ ଦେଇଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଆଗାମୀ ଦିନରେ ବିଜୁଜନତା ଦଳକୁ କିପରି ଅଧିକ ସଂଗଠିତ କରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ କିପରି ଅଧିକ ପ୍ରାର୍ଥି ବିଜୟୀ ହେବେ ସେଥିପ୍ରତି କର୍ମୀମାନଙ୍କୁ ଉପଦେଶ ଦେଇଥିଲେ।ଅଞ୍ଚଳରେ କିପରି ଲୋକଙ୍କ ସମସ୍ୟା ଦୂର ହୋଇପାରିବ ସେଥିପ୍ରତି କର୍ମୀମାନଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଜୁଜନତା ଦଳର ବରିଷ୍ଠ ନେତା ସଚିନ ଦାସ, ହରେକୃଷ୍ଣ ମଣ୍ଡଳ, ଲାଲମୋହନ ବାରିକ, ତିରିଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀ ମତୀ ଜେମାମଣି ସୁଣ୍ଡି, ବହଳଦା ବ୍ଲକର ଅଧ୍ୟକ୍ଷ ଦୁଖୁ ହେମ୍ବ୍ରମ, ତିରିଙ୍ଗ ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡା, ବଡ଼ ପଳସା ସରପଞ୍ଚ ଗାନସା ଟୁଡୁ, ଭିତରଆମଦା ସରପଞ୍ଚ ବୁଧୁ ମାହାଲି, କାଙ୍କି ସରପଞ୍ଚ ଭଗାନ ଟୁଡୁ ସମସ୍ତେ ବିଜୁଜନତା ଶତାଧିକ କର୍ମୀ ଙ୍କ ସହିତ ଉପସ୍ଥିତ ଥିଲେ।ସଭା ଶେଷରେ ବିଜୁଜନତା ଦଳର ବରିଷ୍ଠ ନେତା ସଚିନ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସେହିଭଳି ରାଇରଙ୍ଗପୁର ରେ ମଧ୍ୟ ରାଇରଙ୍ଗପୁରର ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାସଦାଙ୍କ ଅଧ୍ୟକ୍ଷତାରେ୨୩ତମ ବିଜୁଜନତା ଦଳର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମଧ୍ୟ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ବିଜୁଜନତା ଦଳର ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି ଯୋଗଦେଇଥିଲେ।ତାପରେ ପ୍ରଥମେ ରାଇରଙ୍ଗପୁର ର ଦୁର୍ଗା ମଣ୍ଡପ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ତାପରେ ମହୁଲଡିଆ ଠାରେ ଥିବା ଡାକବଙ୍ଗଳରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ସେଠାରେ ବିଜୁଜନତା ଦଳର ଶତାଧିକ କର୍ମୀ ଙ୍କ ଉପସ୍ଥିତ ରେ ରାଇରଙ୍ଗପୁର ରେ ଆଗାମୀ ଦିନରେ ହେବାକୁ ଥିବା ପୌରପରିଷଦ ନିର୍ବାଚନ ରେ କିପରି ବିଜୁଜନତା ଦଳର ପ୍ରାଥି ମାନେ ବହୁ ସଂଖ୍ୟାରେ ବିଜୟ ଲାଭ କରିବେ ତାହାଉପରେ ଆଲୋଚନା କରିଥିଲେ।ଏବଂ କର୍ମୀମାନେ କିପରି ଲୋକମାନଙ୍କ ପାଖକୁ ଯାଇ ଲୋକମାନକୁ ସାହାଯ୍ୟ କରିପାରିବେ ସେଥିପ୍ରତି ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ।ଏହି ସଭାରେ ସମାଜ ସେବୀ ତଥା ବିଜୁଜନତା ବରିଷ୍ଠ ନେତା ଶ୍ରୀ ଯୁକ୍ତ ଗୋପାଲ ଚନ୍ଦ୍ର ବେଶ୍ରା, ଗଣେଷ ମିଶ୍ର, ଡୁମକା ହାସଦା, ତନୁଜା ମହାନ୍ତ, ସୁବାଷ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ରତିକାନ୍ତ ପରିଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।