( ରିପୋର୍ଟସଟୁଡେ): ରାଉରକେଲାରୁ ଉଡ଼ିବ ବିମାନ। ଇସ୍ପାତ ନଗରୀରେ ପ୍ରତିଷ୍ଠା ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର। ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିଛି। ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଲାଇସେନ୍ସ ଦେଇଛନ୍ତି ଡିଜିସିଏ।
ସୋମବାର ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା।
ଏଥିରେ ଲେଖାଯାଇଥିଲା, ରାଉରକେଲାରେ ଓଡ଼ିଶାର ତୃତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡିଜିସିଏ ୭/୧/୨୦୧୯ରେ ଲାଇସେନ୍ସ ପ୍ରଦାନ କରିଛି। ରାଉରକେଲା ହେଉଛି ଓଡ଼ିଶାର ଶିଳ୍ପ ରାଜଧାନୀ। ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଷ୍ଟିଲ୍ ସିଟି ଦେଶର ଅନ୍ୟଭାଗ ସହିତ ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହେବ।
ଭୁବନେଶ୍ୱର ପରେ ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ହୋଇଥିଲା। ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ। କିନ୍ତୁ ଏଠାରୁ ଏଯାଏ ନିୟମିତ ବିମାନ ଉଡ଼ାଣ ହୋପାରିନାହିଁ।