ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ-ମେଲାନିଆ

0

(ମମତା ସାମଲ)ରିପୋର୍ଟସଟୁଡେ: ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍‌ ଅନର ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଏହି ସମୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ତାଙ୍କ ସହିତ ଉପସ୍ଥିତ ଥିଲେ। ଏଥିସହିତ ରାଜଘାଟ ଭିଜିଟର ବୁକରେ ନିଜ ନାଁ ଲେଖିବା ସହି ଟ୍ରମ୍ପ ତାଙ୍କ ପତ୍ନୀଙ୍କୁ ଗଛ ଲଗାଇବାର ମଧ୍ୟ ଦେଖିବାକୁ ମିଳିଛି।
ଏହାପରେ ଟ୍ରମ୍ପଙ୍କର ହାଇଦ୍ରାବାଦ ହାଉସ୍‌ ଯିବାର କାର୍ୟ୍ୟକ୍ରମ ରହିଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ ଟ୍ରମ୍ପ।