ରାଜଧାନୀରେ ମାତିଛନ୍ତି କାର ଲୁଟେରା

0

(ତ୍ରିଲୋଚନ ରାଉତ/ରିପୋର୍ଟରସ ଟୁଡେ): ରାଜଧାନୀରେ ମାତିଛନ୍ତି କାର ଲୁଟେରା । ଗତ କିଛିଦିନ ତଳେ ରାଜଧାନୀରେ ୪ଚକିଆ ଲୁଟେରା ମାତିଥିଲେ । ହେଲେ ଏହି ଗ୍ୟାଙ୍ଗ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଗୋଟିଏ ଦିନରେ ୪ଟି ବଡ ଧରଣର ଘଟଣା ଘଟାଇବା ପରେ ପୋଲିସର ନିଦ ଭାଙ୍ଗିଥିଲା । ତା,ପରେ ପୋଲିସ ଖୋଳତାଡ କରି ଲୁଟେରା ଗାଙ୍ଗ ସଦସ୍ୟଙ୍କୁ ଧରିଥିଲା । ଫଳରେ ଲୁଟ ମଚାଉ ଥିବା ଲୁଟେରାଙ୍କ ଆତଙ୍କ କମି ଯାଇଥିଲା । ହେଲେ ପୁଣି ଆଉ ଏକ ଗାଙ୍ଗ ରାଜଧାନୀରେ ସକ୍ରିୟ ହୋଇପଡିଛି । ହୋଟେଲ କିମ୍ବା ଘର ଆଗରେ ପାକିଂ ହୋଇଥିବା କାରକୁ କୌଶଳକ୍ରମେ ଚୋରି କରି ନେଉଛନ୍ତି । ଶୁକ୍ରବାର ଦିନଦ୍ୱିପ୍ରହରରେ ଆଉ ଏକ ଘଟଣା ଘଟିଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟ ଏକ ହୋଟେଲ ସମ୍ମୁଖରେ ପାର୍କିଂ ହୋଇଥିବା ଏକ ଫର୍ଚ୍ୟୁନର କାର୍କୁ କେହିଜଣେ ଚୋରିକରି ନେଇଛନ୍ତି। ଏହି ଘଟଣାର ପୂରା ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଛି। ଏନେଇ ଥାନାରେ କାର୍ ମାଲିକ ରଘୁନାଥପୁରର ମଳୟ ପାତ୍ର ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସିସିଟିଭି ଫୁଟେଜରୁ ସମ୍ପୃକ୍ତ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ପୋଲିସ କହୁଛି । ଅନୁଯାୟୀ, ଶୁକ୍ରବାର ମଳୟ କାର ନେଇ ଖାଇବାକୁ ଡିଷ୍ଟ୍ରିକ୍ଟ ସେଣ୍ଟର ନିକଟରେ ଥିବା ଏକ ହୋଟେଲକୁ ଯାଇଥିଲେ। ସେ କାର୍କୁ ପାର୍କିଂ କରି ହୋଟେଲ ଭିତରକୁ ଯାଇଥିଲେ। ଖାଇସାରିବା ପରେ ସେ ବାହାରକୁ ଆସିବା ପରେ କାର୍ ସେଠାରେ ନ ଥିବା ଦେଖି ଖୋଜାଖୋଜି କରିଥିଲେ। ନିରାଶ ହେବା ପରେ ହୋଟେଲର ସିସିଟିଭି ଯାଞ୍ଚ କରାଯାଇଥିଲା। କେହି ଜଣେ ଦୁର୍ବୃତ୍ତ ଗାଡ଼ି ନିକଟକୁ ଆସି କୌଣସି ଏକ ଚାବିରେ ଡୋର୍ ଖୋଲି ଭିତରକୁ ପଶିଥିଲେ। ପରେ ଆଉ ଏକ ଚାବିରେ ଗାଡି ଷ୍ଟାର୍ଟ କରି ନେଇଯାଇଥିଲେ। ତେବେ ଡୁପ୍ଲିକେଟ ଚାବିରେ ଗାଡ଼ି ଚୋରିକରି ନେଇଥିବା ଜଣାପଡିଛି। ଏନେଇ ସେ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଚୋରି ଗାଡ଼ି କିମ୍ବା ଅଭିଯୁକ୍ତକୁ ଠାବ କରିପାରିନାହିଁ ।