ଭୁବନେଶ୍ୱର: ରାଜଧାନୀରେ ଥିବା ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ୪୮୭ଟି ଆପାର୍ଟମେଣ୍ଟର ନିର୍ମାଣ ବେଆଇନ ଭାବେ ହୋଇଛି । ବେଆଇନ ଆପାର୍ଟମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୧୯୪ଟି ଆପାର୍ଟମେଣ୍ଟକୁ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ଗୃହକୁ ଆଜି ଏହି ତଥ୍ୟ ପ୍ରଦାନ କରିଛନ୍ତି।
ଆବଶକୀୟ ସଂଶୋଧନ ପରେ ୫୭ଟି ଘଟଣାରେ ମାମଲାକୁ ବନ୍ଦ କରି ଦିଆଯାଇଛି । ୯୧ଟି ଘଟଣାରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବେଆଇନ ଭାବେ ଘୋଷଣା ହେବା ପରେ କିଭଳି ପାଣି ଓ ବିଜୁଳି ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।