ରାଜଧାନୀର ଛାତି ଉପରେ ଝୁଲୁଛି ମୃତଦେହ

0

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀରେ ଛାତି ଉପରେ ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲି ଯାଇଛି । ସହିଦନଗର ଥାନା ଅଧୀନ ରିଲାଏନ୍ସ ଫ୍ରେସ ସମ୍ମୁଖ ଏକ ଆପାର୍ଟମେଣ୍ଟରରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଆପାର୍ଟମେଣ୍ଟର ୩ ମହଲା କୋଠାର ଲୁହା ରେଲିଂରେ ଏକ ମୋଟା ବେଡସିଟରେ ମୃତଦେହ ଝୁଲୁଥିଲା । ମୃତଦେହ ଦେଖି ଡୁନାସ କାକଟସ ଲିମିଟେଡ଼ର କର୍ମଚାରୀ ଚିତ୍ରସେନ ବେହେରା ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ମୃତଦେହଟି ପୁରୀ ଜିଲ୍ଲା ନୂଆହାଟ ଅଞ୍ଚଳର ଜାଜୁଲ୍ୟ ନାଥଙ୍କର । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।