ରାଜଧାନୀ ସେକ୍ସ ରାକେଟ ଘଟଣା: ଦମ୍ପତିଙ୍କ ସହଯୋଗୀ ଦମ୍ପତ୍ତି ଗିରଫ

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ): ରାଜଧାନୀରେ ଚାଲିଥିବା ସେକ୍ସ ରାକେଟ ପର୍ଦାଫାସ କ୍ରାଇମ ବ୍ରାଞ୍ଚର ଏସଟିଏଫ ର୍ୟାକେଟର ମୁଖ୍ୟ ଅଭିଯୁକ୍ତ ତଥା ଦମ୍ପତ୍ତି ଦିଦି ଓରଫ ଅଞ୍ଚଳି ଏବଂ ତାଙ୍କ ସ୍ୱାମୀ ଇବ୍ରାହିମକୁ ଧରିବା ପରେ ଜଣାପଡିଥିଲା । ସେମାନଙ୍କ ପଚରାଉଚରା ପରେ ଏହି ରାକେଟରେ ଚେର ଅଧିକ ଲମ୍ବିଥିବା ଏସଟିଏଫ ଜାଣିବାକୁ ପାଇଥିଲା । ଏହା ଉପରେ ଅଧିକ ତଦନ୍ତ କରି ବୁଧବାର ଦମ୍ପତ୍ତିଙ୍କ ସହଯୋଗୀ ଅନ୍ୟ ଏକ ଦମ୍ପତ୍ତିଙ୍କୁ ଏସଟିଏଫ ଗିରଫ କରିବା ସହ ସେମାନେ ଯାଉଥିବା ଏକ କାରକୁ ଜବତ କରିଛି । ଅଭିଯୁକ୍ତ ସ୍ୱାମୀ’ସ୍ତ୍ରୀ ହେଲେ ପଞ୍ଚାନନ ପାଢି, ପ୍ରିତି ପାଢି । ଉଭୟ ପଞ୍ଜାନନ ଏବଂ ପ୍ରିିତି ମୁଖ୍ୟ ଅଭିଯୁକ୍ତ ଅଞ୍ଚଳି ଏବଂ ଇବ୍ରାହିମଙ୍କ ସହ ପୁରା କାରବାରରେ ଜଡିତ ଥିବା ଏସଟିଏଫ ସୂଚନା ଦେଇଛି । ଏହି କାରବାରରେ ସମ୍ପୃକ୍ତ ଥିବା ୮ ଯୁବତୀଙ୍କୁ ଏସଟିଏଫ ଉଦ୍ଧାର କରିଥିବା ବେଳେ ଏନେଇ ଆଇଟିପି ଆକ୍ଟ ୪,୫, ଆଇପିସି ଦଫା ୩୭୦(୩), ୪୬୭, ୪୭୧, ୧୨୦(ବି), ୩୪ରେ ଏକ ମାମଲା(୭/୨୦) ମାମଲା ରୁଜୁ କରିଛି । ଉଦ୍ଧାର ହୋଇଥିବା ଯୁବତୀଙ୍କ ମଧ୍ୟରୁ କେତକ କଲିକତା ଏବଂ ବାଙ୍ଗଲାଦେଶ ବାସୀନ୍ଦା ବୋଲି ଜଣାପଡିଛି । ଯୁବତୀମାନଙ୍କୁ ଷ୍ଟେ ହୋମ ପଠାଯାଇଥିବା ବେଳେ ଏନେଇ ଏସଟିଏଫ ଅଧିକ ତଦନ୍ତ ଜାରୀ ରଖିଛି ।