(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗତ କାଲି କ୍ରିକେଟର ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେବା ପରେ ତାଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରାଯାଇଛି । ଏହାକୁ ନେଇ ଗମ୍ଭୀରଙ୍କ ପ୍ରଶଂସକଙ୍କ ମଧ୍ୟରେ ମିଳିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ତେବେ ଜଣେ କ୍ରିକେଟର ରାଜନୀତିରେ ପ୍ରବେଶ କରିବା ଏହା କିଛି ନୂଆ ନୁହେଁ । ଏହା ପୂର୍ବରୁ ଅନେକ କ୍ରିକେଟର କ୍ରିକେଟ ମଇଦାନ ଛାଡି ରାଜନୀତି ମଇଦାନରେ ନିଜ ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସର୍ବାଗ୍ରରେ ରହିଛନ୍ତି କ୍ରିକେଟର ମନସୁର ଅଲି ଖାନ ପଟୋଦି । ସେ ୧୯୭୧ରେ ରାଜନୀତିରେ ଯୋଗଦେଇଥିଲେ । ଏହି କ୍ରମରେ ଆସିଥିଲେ ମହମ୍ମଦ ଆଝାରୁଦ୍ଦିନ, କୀର୍ତ୍ତି ଆଜାଦ, ପ୍ରବୀଣ କୁମାର, ଚେତନ ଚୌହ୍ୱାନ, ବିନୋଦ କମ୍ବଲି, ମହମ୍ମଦ କୈଫ, ନବଜୋତ ସିଂହ ସିଦ୍ଧୁ, ରବିନ୍ଦ୍ର ଜାଡେଜା, ସଚୀନ ତେନ୍ଦୁଲକର, ଶ୍ରୀସାନ୍ତ, ରଞ୍ଜିତ ବିଶ୍ୱାଳ ପ୍ରମିଖ । ଏହି ତାରକାମାନେ ରାଜନୀତିରେ ମଧ୍ୟ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି ।